www.samajalive.in
Monday, December 8, 2025
27.1 C
Bhubaneswar

ଶୀତଦିନିଆ ବ୍ୟଞ୍ଜନ ‘ଦିୱାନୀ ହାଣ୍ଡି’

ଶୀତଦିନେ ବଜାରରେ ସବୁଜ ଓ ତାଜା ପନିପରିବାର ଅଧିକ ପରିମାଣରେ ମିଳିଥାଏ। ତେଣୁ ଆଉ ବିଳମ୍ବ ନ କରି ଏସବୁ ପରିବାର ମିଶାମିଶି ତରକାରି ପ୍ରସ୍ତୁତ କରି ଖାଆନ୍ତୁ। ରେସ୍ତୋରାଁରେ ମିଳୁଥିବା ସ୍ବାଦିଷ୍ଟ ‘ଦିୱାନୀ ହାଣ୍ଡି’କୁ ଆପଣ ଘରେ ମଧ୍ୟ ତିଆରି କରିପାରିବେ। ପୋଷକତତ୍ତ୍ବ ଭରପୂର ଏଇ ବ୍ୟଞ୍ଜନକୁ ୨୦-୩୦ ମିନିଟରେ ପ୍ରସ୍ତୁତ କରିହେବ। ଦିୱାନୀ ହାଣ୍ଡି, ଏକ ଉତ୍ତର-ଭାରତୀୟ ବ୍ୟଞ୍ଜନ।
ପ୍ରସ୍ତୁତି: ପ୍ରଥମେ ପରିବାକୁ ଛୋଟ ଆକାରରେ କାଟି ରଖିବେ। କଡେଇକୁ ଚୁଲାରେ ବସାଇ ପରିବାକୁ ହାଲକା ଭାଜି ବାହାର କରିବେ, ପନିର୍‌କୁ ମଧ୍ୟ ସେଇ ତେଲରେ ଭାଜି ରଖନ୍ତୁ। କାଜୁୁକୁ ଅଳ୍ପ ପାଣି ଦେଇ ବାଟିନେବେ। ଏବେ କଡେଇରେ ଅଳ୍ପ ତେଲ ଦେଇ ତେଜପତ୍ର, ଶୁଖିଲା ଲଙ୍କା ପକାନ୍ତୁ। ଜୀରା ପକାଇ ଭଲରେ ଫୁଟିବା ପରେ ପିଆଜ ପକାନ୍ତୁ। ୨ ମିନିଟ୍ ପରେ ଅଦା-ରସୁଣ ବଟାକୁ ମିଶାଇ କଷନ୍ତୁ। କିଛି ସମୟ ପରେ ଟମାଟୋ ଓ କାଜୁ ବଟା ପକାଇ କିଛି ସମୟ ଘୋଡ଼ଣି ଦେବେ। ୩ ମିନିଟ୍ ପରେ ଘୋଡ଼ଣି ଖୋଲି ମସଲାକୁ ଭଲରେ ମିଶାଇବା ସମୟରେ ଦହି ମିଶାନ୍ତୁ। ସେଇ ସମୟରେ ପରିବା ଓ ପନିର୍‌କୁ ପକାଇ ମିଶାଇବେ। ଶେଷରେ ଅଧ କପ୍ ପାଣି ପକାଇ ଲୁଣ ଓ ଚିନି ମିଶାଇ ଘୋଡ଼ଣି ଦେବେ। ୫-୭ ମିନିଟ୍ ପରେ ପରିବା ସିଝିଯିବ। ଏବେ ଚୁଲା ବନ୍ଦ କରି କଟା ଧନିଆ ପତ୍ର ମିଶାଇ ରୁଟି କିମ୍ବା ଭାତ ସହ ଦିୱାନୀ ହାଣ୍ଡି ପରଷି ସପରିବାର ଖାଇବାର ମଜା ନିଅନ୍ତୁ।

ଆବଶ୍ୟକ ସାମଗ୍ରୀ:
ଆଳୁ ଗୋଟିଏ ବଡ଼ (ଛୋଟ ଛୋଟ ଆକାରରେ କଟା), ଫୁଲକୋବି ଫାଳେ, ଗାଜର ଗୋଟିଏ, ବିନ୍ସ ୨୫୦ ଗ୍ରାମ୍, ମଟର- ୫୦ ଗ୍ରାମ୍, ପିଆଜ ଗୋଟିଏ, ଅଦା-ରସୁଣ ପେଷ୍ଟ ୧ଚାମଚ, ଟମାଟୋ ଗୋଟିଏ ଚୂନା ଚୂନା କଟା, କାଜୁ-୫-୬ଟି, ପନିର୍-୧୦-୧୨ ଛୋଟ ଖଣ୍ଡ ଦହି ୧ଚାମଚ, ତେଲ- ୨ବଡ଼ ଚାମଚ, ଚିନି ୧ ଛୋଟ ଚାମଚ, ତେଜ ପତ୍ର ୨ଟି, ଜିରା ୧ଚାମଚ, ଧନିଆ ପତ୍ର ୧ଚାମଚ (ଚୂନାଚୂନା କଟା)

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories