www.samajalive.in
Monday, December 15, 2025
17.1 C
Bhubaneswar

ବାଇଗଣ ଖାଆନ୍ତୁ – ସୁସ୍ଥ ରୁହନ୍ତୁ

ପନିପରିବା ଖାଇବା ସମସ୍ତଙ୍କ ପାଇଁ ଜରୁରୀ, ପ୍ରକୃତିଦତ୍ତ ଏଇ ପନିପରିବାଗୁଡ଼ିକରେ ଥିବା ଭରପୂର ପୋଷକତତ୍ତ୍ବ ଆମ ମଣିଷ ଶରୀରକୁ ଶକ୍ତି ଯୋଗାଇଥାଏ। ବାଇଗଣ, ଏହି ପରିବାର ଆଦର ଦେଶରୁ ବିଦେଶରେ ଦେଖିବାକୁ ମିଳେ। ବିଶେଷଜ୍ଞଙ୍କ ମତରେ ବିଭିନ୍ନ ବ୍ୟଞ୍ଜନରେ ବାଇଗଣକୁ ସାମିଲ କରି ନିୟମିତ ଖାଇବା ସ୍ବାସ୍ଥ୍ୟ ପାଇଁ ହିତକାରୀ।
-ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ, ପ୍ରତିଦିନ ବାଇଗଣ ଖାଇବା ଭଲ। ସେଲିବ୍ରିଟି ନ୍ୟୁଟ୍ରିସନିଷ୍ଟ ରୁଜୁତା ଦିୱେକର୍‌ଙ୍କ ମତରେ ପ୍ରତିଦିନ ବାଇଗଣ ଭଜା କିମ୍ବା ଭର୍ତ୍ତା ଖାଇଲେ ଆମ ପାଚନତନ୍ତ୍ର ଭଲ ହେବା ସହ ଓଜନ ମଧ୍ୟ ନିୟନ୍ତ୍ରଣରେ ରହେ।
-ଭିଟାମିନ୍ ଏ, ସି, ବି-୨, ଲୌହ, ଜିଙ୍କ୍ ଭରପୂର ବାଇଗଣ ଖାଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼େ।
-ହାଡ଼, ଗୋଡ଼ ସମସ୍ୟା ହେଉଥିଲେ କ୍ୟାଲସିୟମ୍-ପୋଟାସିୟମ୍‌ ଯୁକ୍ତ ବାଇଗଣ ପରିବାକୁ ନିଜ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ।
-ମଧୁମେହ ରୋଗୀ ପ୍ରତିଦିନ ବାଇଗଣ ପ୍ରସ୍ତୁତ ବ୍ୟଞ୍ଜନ ଖାଇବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଭଲ। ଆଣ୍ଟିଅକ୍ସିଡାଣ୍ଟ ଭରପୂର ବାଇଗଣ ଖାଇଲେ ହୃଦ୍‌ରୋଗ ହେବାର ଆଶଙ୍କା କମ୍ ଥାଏ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି।
-ବାଇଗଣ ପରିବାରେ କର୍କଟପ୍ରତିରୋଧୀ ତତ୍ତ୍ବ ଥିବାରୁ କର୍କଟରୋଗୀଙ୍କ ଶକ୍ତି ବଢ଼ାଇବା ନିମନ୍ତେ ଏହା ଦୈନିକ ଖାଇବାକୁ ଦେବା ଭଲ।
-ଲ୍ୟୁଟିନ୍, ଜେକ୍ସାଥିନ୍ ତତ୍ତ୍ବ ଥିବା ବାଇଗଣ ଖାଇଲେ ଦୃଷ୍ଟି ଶକ୍ତି ମଧ୍ୟ ବଢ଼େ। ବିଶେଷଜ୍ଞଙ୍କ ମତରେ ବାଇଗଣ ନିୟମିତ ଖାଇଲେ ଆମ ସ୍ମୃତି ଶକ୍ତି ମଧ୍ୟ ବଢ଼େ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories