www.samajalive.in
Sunday, December 14, 2025
26.1 C
Bhubaneswar

ଥାଇରଏଡ଼ ରୋଗୀମାନେ ଖେଚେଡ଼ି ଖାଇବା ଲାଭଦାୟକ

ବିଭିନ୍ନ ପ୍ରକାରର ଚିନ୍ତା, ଖାଦ୍ୟରେ ଆୟୋଡ଼ିନର ମାତ୍ରା କମ୍‍ କିମ୍ବା ଅଧିକ ହେଲେ ଥାଇରଏଡ଼ ସମସ୍ୟା ଦେଖାଯାଇଥାଏ। ଏହା ବ୍ୟତୀତ ପରିବାରର କୌଣସି ସଦସ୍ୟଙ୍କୁ ଥାଇରଏଡ଼ ଥିଲେ ଅନ୍ୟ ସଦସ୍ୟଙ୍କୁ ହେବାର ଅଧିକ ସମ୍ଭାବନା ଥାଏ। ପୁରୁଷ ମାନଙ୍କ ତୁଳନାରେ ମହିଳାମାନେ ଏହି ରୋଗରେ ଅଧିକ ଆକ୍ରାନ୍ତ ହୋଇଥାଆନ୍ତି। ଥାଇରଏଡ଼ ଥିବା ରୋଗୀମାନେ କେଉଁ ଖାଦ୍ୟ ଖାଇବା ଉଚିତ ଓ ଅନୁଚିତ ଜାଣନ୍ତୁ……
ଏହି ରୋଗୀମାନେ ନିୟମିତ ଏକ ଗ୍ଲାସ କ୍ଷୀର ପିଇବା ଉଚିତ। ଫଳ ମଧ୍ୟରେ ଆମ୍ବ,ତରଭୁଜ ଆଦି ଖାଇବା ଉଚିତ।
ଖେଚେଡ଼ି ଖାଇବା ମଧ୍ୟ ଲାଭଦାୟକ ଅଟେ।
ସକାଳ ସମୟର ଖରାରେ ନିୟମିତ ୧୦ ରୁ ୧୫ ମିନିଟ ରହିବା ମଧ୍ୟ ଲାଭଦାୟକ ଅଟେ।
ଯେଉଁ ଖାଦ୍ୟ ହଜମ ହେବାକୁ ଅଧିକ ସମୟ ନେଉଥାଏ, ଏହି ରୋଗୀ ମାନେ ଖାଇବା ଅନୁଚିତ।
ଅଧିକ ଥଣ୍ଡା ଜାତୀୟ ଖାଦ୍ୟଦ୍ରବ୍ୟ କିମ୍ବା ପାନୀୟ ଖାଇବା ଉଚିତ ନୁହେଁ।
ଅଧିକ ରାଗ, ମସଲା ଜାତୀୟ ଓ ବଜାରର ଖାଦ୍ୟଦ୍ରବ୍ୟ ଖାଇବା ଅନୁଚିତ।
ଦହି ଖାଇବା ଉଚିତ ନୁହେଁ।
ବାସୀ ଖାଦ୍ୟ ଖାଇବା ଅନୁଚିତ।
ପାଳଙ୍ଗଶାଗ, ବନ୍ଧାକୋବି, ଫୁଲକୋବି, ମୂଳା, ମକା,ଛେଳି ମାଂସ, ବିଟ ଆଦି ଅଧିକ ପରିମାଣରେ ଖାଇବା ଉଚିତ ନୁହେଁ।
ଖାଦ୍ୟରେ ନିୟମିତ ଗୋଟା ଡ଼ାଲଚିନି, ଅଦା, ରସୁଣ, ଧଳା ପିଆଜ ଖାଦ୍ୟଦ୍ରବ୍ୟରେ ପ୍ରୟୋଗ କରି ଖାଇବା ଉଚିତ।
ଖାଦ୍ୟ ସାମଗ୍ରୀକୁ ନଡ଼ିଆ ତେଲରେ ରୋଷେଇ କରି ଖାଇବା ଉଚିତ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories