www.samajalive.in
Monday, December 15, 2025
24.1 C
Bhubaneswar

ପାକିସ୍ତାନରେ ଲଗାତାର ତୃତୀୟ ଦିନ ଆତଙ୍କବାଦୀ ଆକ୍ରମଣ

ଇସ୍‌ଲାମାବାଦ: ପାକିସ୍ତାନରେ ଲଗାତାର ତୃତୀୟ ଦିନ ଆତଙ୍କବାଦୀ ଆକ୍ରମଣ ହୋଇଛି। ରବିବାର ପାକିସ୍ତାନର ଡେରା ଇସ୍‌ମାଇଲ ଖାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଜଣେ ପୁଲିସ କର୍ମୀ ଆହତ ହୋଇଥିବା ଖବର ମିଳିଛି। ପାକିସ୍ତାନର ଏଆରୱାଇ ନ୍ୟୁଜର ସୂଚନା ଅନୁଯାୟୀ, ପୁଲିସ ଅଧିକାରୀ କହିଛନ୍ତି ଯେ, ଡେରା ଇସ୍‌ମାଇଲ ଖାନରେ ଟ୍ୟାଙ୍କର ଗୁଲ ଇମାମ ଅଞ୍ଚଳରେ ଆତଙ୍କବାଦୀମାନେ ଏକ ପୁଲିସ ଚେକ୍ ପୋଷ୍ଟ ଉପରେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଆହତ ହୋଇଥିବା ପୁଲିସ କର୍ମୀଙ୍କ ନାମ ୱହିଦ ଗୁଲ ବୋଲି କୁହାଯାଉଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପ୍ରାରମ୍ଭିକ ଅନୁସନ୍ଧାନରେ ଏହି ଆକ୍ରମଣରେ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ ଚିହ୍ନଟ ହୋଇପାରିନାହିଁ।

ସୂଚନାଯୋଗ୍ୟ, ଶନିବାର ସକାଳେ ପଞ୍ଜାବ ପ୍ରଦେଶର ମିଆଁୱାଲି ଏୟାରବେସରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ଏୟାରବେସର ବହୁ କ୍ଷତି ଘଟିଥିଲା। ସେହିପରି ଶୁକ୍ରବାର ପାକିସ୍ତାନର ଗ୍ୱାଦର ଜିଲାରେ ସୁରକ୍ଷା ବାହିନୀଙ୍କ ଗାଡ଼ି ଉପରକୁ ଆକ୍ରମଣ କରାଯାଇଥିଲା। ଏଥିରେ ୧୪ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଥିଲା।

- Advertisement -

 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories