ଉଚ୍ଚାୟୁକ୍ତଙ୍କୁ ଫେରାଇ ନେଲା ପାକିସ୍ତାନ

0

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ କୂଟନୀତି ସମ୍ପର୍କ ଜଟିଳ ହେବାରେ ଲାଗିଛି । ପାକିସ୍ତାନ ନିଜ ଉଚ୍ଚାୟୁକ୍ତ ସୋହେଲ ମହମ୍ମୁଦଙ୍କୁ ଭାରତରୁ ଫେରାଇ ନେଇଛି । ଦିଲ୍ଲୀରେ ହଇରାଣ କରାଯାଉଥିବା ନେଇ ସୋହେଲ ମହମ୍ମଦ ଅଭିଯୋଗ କରିବା ସତ୍ତ୍ୱେ ଭାରତ କୌଣସି ପଦକ୍ଷେପ ନେଇନାହିଁ; ଏନେଇ ଆଲୋଚନା କରିବାକୁ ସୋହଲେ ମହମ୍ମୁଦଙ୍କୁ ଇସଲାମାବାଦକୁ ଡକାଯାଇଛି ବୋଲି ପାକିସ୍ତାନ ବିଦେଶ କାର୍ଯ୍ୟାଳୟ ମୁଖପାତ ମୋହମ୍ମଦ ଫୈଜଲ କହିଛନ୍ତି ।

ଫୈଜଲ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନ କୂଟନୀତିଜ୍ଞ ଏବଂ ତାଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ ଭାରତ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ତାଙ୍କୁ ବାରମ୍ବାର ଧମକ ଦିଆଯାଉଛି । ଏନେଇ ପାକିସ୍ତାନ ପକ୍ଷରୁ ଭାରତ ବୈଦେଶିକ ବ୍ୟପାର ମନ୍ତ୍ରଣାଳୟ ଓ ଭାରତ ଉପଉଚ୍ଚାୟୁକ୍ତଙ୍କ ନିକଟରେ ଅଭିଯୋଗ କରାଯିବା ସହ ଚିନ୍ତା ପ୍ରକଟ କରାଯାଇଥିଲା । ମାତ୍ର ଭାରତ ଏହାର ସମାଧାନ ପାଇଁ କିଛି କରିନାହିଁ, ତେଣୁ ଏ ସମ୍ପର୍କରେ ଆଲୋଚନା ପାଇଁ କୂଟନୀତିଜ୍ଞଙ୍କୁ ଇସଲାମାବାଦ ଡକାଯାଇଛି ।

ଅପରପକ୍ଷରେ ପାକିସ୍ତାନରେ ଭାରତର ଉଚ୍ଚାୟୁଙ୍କୁ ହଇରାଣ କରାଯାଉଥିବା ନେଇ ଭାରତ ଅଭିଯୋଗ ଉପସ୍ଥାପନ କରିଛି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ପାକିସ୍ତାନ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ଦର୍ଶାଯାଇଛି । ପାକକିସ୍ତାରେ ଭାରତର ଉଚ୍ଚାୟୁକ୍ତଙ୍କ ଗାଡ଼ିକୁ ବାଟରେ ଅଟକାଯିବା, ଘର କାମକୁ ବନ୍ଦ କରିଦେବା, ଉଚ୍ଚାୟୁଙ୍କ ଘର ନିର୍ମାଣକାରୀଙ୍କୁ ଧମକ ଚମକ ଦିଆଯିବା ଭଳି ଘଟଣା ବାରମ୍ବାର ଘଟୁଥିବା ନେଇ ଭାରତ ପକ୍ଷରୁ ଅଭିଯୋଗ ଉଠାଯାଇଥିଲା । ଏଥିପ୍ରତି କର୍ଣ୍ଣପାତ ନକରି  କୂଟନୀତି ସମ୍ପକକୁ ଜଟିଳ କରିବା ପୂର୍ବକ ପାକିସ୍ତାନ ନିଜ ଉଚ୍ଚାୟୁଙ୍କୁ ଫେରାଇ ନେଇଛି । ଏଭଳି ଅଭିଯୋଗ ଓ ଉଚ୍ଚାୟୁକ୍ତଙ୍କୁ ଫେରାଇ ନେବା ଭଳି ପଦକ୍ଷେପ ଦ୍ୱାରା ଉଭୟ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ବିଶେଷ ପ୍ରଭାବିତ ହେବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

Leave A Reply