ଜୁଲାଇ ୨୫ରେ ପାକିସ୍ତାନରେ ନିର୍ବାଚନ

0

ଇସଲାମାବାଦ : ଚଳିତବର୍ଷ ଜୁଲାଇ ୨୫ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଜୁଲାଇ ୨୫ରୁ ୨୭ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ କରିବାକୁ ପାକ୍‍ ନିର୍ବାଚନ କମିଶନଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କୁ ପତ୍ର ଜରିଆରେ ପ୍ରସ୍ତାବ ଦିଆଯାଇଥିଲା। ରାଷ୍ଟ୍ରପତି ମାମୁନ ହୁସେନ ଜୁଲାଇ ୨୫ ଉପରେ ମୋହର ମାରିଛନ୍ତି। ଏହି ନିର୍ବାଚନରେ କ୍ଷମତାସୀନ ପିଏମଏଲ(ଏନ୍‍)କୁ ଇମ୍ରାନ ଖାଁଙ୍କ ପାକିସ୍ତାନ ତେହେରିକ୍‍-ଇ-ଇନସାଫ୍‍ (ପିଟିଆଇ) ଦଳ କଡା ଟକ୍କର ଦେବ ବୋଲି ଆଶା କରାଯାଉଛି। ମେ’ ୩୧ ସୁଦ୍ଧା ଚଳିତ ସରକାରଙ୍କ କାର୍ଯ୍ୟକାଳ ପୂରିଯାଉଛି। ଜୁନ ପହିଲାରୁ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ କାମଚଳା ସରକାର ଦାୟିତ୍ୱ ତୁଲାଇବେ ବୋଲି ଜଣାପଡିଛି। ତେବେ କାମଚଳା ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇବାକୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ସହିଦ ଖକ୍କନ ଆବାସୀ କିମ୍ବା ବିରୋଧୀ ଦଳ ନେତା ଖୁର୍ସିଦ ଶାହାଙ୍କ ମଧ୍ୟରେ ବୁଝାମଣା ହୋଇପାରିନାହିଁ।

Leave A Reply