ପାକିସ୍ତାନର ଅଭିଯୋଗ: ଆକ୍ରମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମୋଦୀ ସରକାର

0

ଇସ୍‍ଲାମାବାଦ : ସମସ୍ତ ପ୍ରତିଶ୍ରୁତି ଓ ବୁଝାମଣାର ଖିଲାପ କରି ନିୟନ୍ତ୍ରଣ ରେଖା ଓ ଅନ୍ତର୍ଜାତୀୟ ସୀମାରେଖା ନିକଟରେ କ୍ରମାଗତ ଯୁଦ୍ଧ ବିରତି ଉଲ୍ଲଙ୍ଘନ କରିଥିବା ପାକିସ୍ତାନ ଭାରତ ବିରୋଧରେ ଅଭିଯୋଗ ଆଣିଛି। ୨୦୧୪ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କ ସରକାରର ନେତୃବୃନ୍ଦ ପାକିସ୍ତାନ ପ୍ରତି ଆକ୍ରମକ ମନୋଭାବ ପୋଷଣ କରିଛନ୍ତି ବୋଲି ପାକ୍‍ର ପ୍ରତିରକ୍ଷା ତଥା ବିଦେଶ ମନ୍ତ୍ରୀ ଖୁରମ୍‍ ଦସ୍ତଗିର ଖାନ୍‍ କହିଛନ୍ତି। ଏପରିକି ଯୁଦ୍ଧବିରତି ଉଲ୍ଲଙ୍ଘନ ନେଇ ନିଜ ଦେଶର ସେନାବାହିନୀର ତ୍ରୁଟିକୁ ଘୋଡାଇବାକୁ ସେ ଉଦ୍ୟମ କରଛନ୍ତି। ନିୟନ୍ତ୍ରଣ ରେଖା ଏବଂ ସୀମାରେଖା ନିକଟରେ ଭାରତ ଯୁଦ୍ଧ ବିରତି ଉଲ୍ଲଙ୍ଘନ କରୁଥିବା ବେଳେ ଏହାଦ୍ୱାରା କାଶ୍ମୀରବାସୀଙ୍କୁ ଫାଇଦା ମିଳିବ ବୋଲି ଖୁରମ୍‍ ପାଲଟା ଅଭିଯୋଗ କରିଛନ୍ତି। ଉଭୟ ଦେଶ ମଧ୍ୟରେ ସମ୍ପର୍କ ସୁଧାରିବାକୁ ପାକିସ୍ତାନ ଉଦ୍ୟମ କରୁଥିବା ବେଳେ ଭାରତ କୌଣସି ସ୍ତରରେ ମଧ୍ୟ ଆଲୋଚନା କରିବାକୁ ପ୍ରସ୍ତୁତ ନୁହେଁ। ଏ ନେଇ ମୋଦୀ ସରକାର ଓ ଏହାର ନେତୃବୃନ୍ଦଙ୍କୁ ସେ ଦାୟୀ କରିଛନ୍ତି। ଉଭୟ ପାକିସ୍ତାନ ଓ ଭାରତରେ ଆଗାମୀ ଦିନରେ ଗଠନ ହେବାକୁ ଥିବା ନୂତନ ସରକାର ଉଭୟ ଦେଶର ସମ୍ପର୍କ ସୁଧାରିବା ନେଇ ପୁନଃ ଉଦ୍ୟମ ଆରମ୍ଭ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

Leave A Reply