www.samajalive.in
Sunday, December 7, 2025
18.1 C
Bhubaneswar

ସୁରକ୍ଷା ବଳଙ୍କ ରାସନ ସାମଗ୍ରୀରେ ବିଷ ମିଶାଇବାକୁ ପାକିସ୍ତାନର ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଏପଟେ ଶାନ୍ତି, ସେପଟେ ହିଂସା। ପାକିସ୍ତାନର ଏଭଳି ଦୋମୁହାଁ ନୀତି ପଦାରେ ପଡ଼ିଛି। ଥରେ ଅଧେ ନୁହେଁ ବାରମ୍ବାର ପାକିସ୍ତାନ ଏଭଳି କରିଚାଲିଛି। ସୀମାନ୍ତରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଅଶାନ୍ତି ସୃଷ୍ଟି କରିଆସୁଥିବାବେଳେ ଏବେ ଭାରତୀୟ ଯବାନମାନଙ୍କୁ ହତ୍ୟା କରିବା ପାଇଁ ରଚିଛି ଜଘନ୍ୟ ଷଡ଼ଯନ୍ତ୍ର, ଯାହାର ପର୍ଦ୍ଦାଫାଶ ହୋଇଛି। ପାକିସ୍ତାନ ଏହାର ଗୁଇନ୍ଦା ସଂସ୍ଥା ଆଇଏସଆଇ ଜରିଆରେ ଭାରତୀୟ ସୁରକ୍ଷା ବଳଙ୍କ ସାମଗ୍ରୀରେ ବିଷ ମିଶାଇବାକୁ ଯୋଜନା କରିଛି। ଏ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସମସ୍ତ ଭାରତୀୟ ସୁରକ୍ଷା ବଳଙ୍କୁ ସତର୍କ କରିଦିଆଯାଇଛି।

ଭାରତୀୟ ଗୁଇନ୍ଦା ସୂଚନା ମୁତାବକ, ପାକ୍‌ ସେନା ଏବଂ ଆଇଏସଆଇ ଜାମ୍ମୁ-କାଶ୍ମୀରରେ ଭାରତୀୟ ସୁରକ୍ଷା ବଳଙ୍କୁ ହତ୍ୟା କରିବାକୁ ଯୋଜନା କରିଛି। ସେମାନଙ୍କ ରାସନ ସାମଗ୍ରୀରେ ବିଷ ମିଶାଇବା ଲାଗି ପାକିସ୍ତାନ ଜାମ୍ମୁରେ ଥିବା ତା’ର ଆଇଏସଆଇ ଏଜେଣ୍ଟଙ୍କୁ ବ୍ୟବହାର କରିଛି।

- Advertisement -

ଗୁଇନ୍ଦା ସୂଚନା ଅନୁଯାୟୀ, ଭାରତୀୟ ବାୟୁସେନା ପିଓକେରେ ଆକ୍ରମଣ କରି ଆତଙ୍କବାଦୀ ଶିବିର ନଷ୍ଟ କରିଦେବା ପରେ ପାକିସ୍ତାନ ଭୀଷଣ ରାଗିଯାଇଛି। ଆଇଏସଆଇ ଆତଙ୍କବାଦୀମାନଙ୍କୁ କିଛି କର ଅଥବା ମର ବୋଲି କହିଛି। ଜୈଶ, ଲଶ୍କର ଏବଂ ହିଜବୁଲ ମୁଜାହିଦ୍ଦିନ ସଂଗଠନ ସହ ଜଡ଼ିତ ଆତଙ୍କବାଦୀମାନଙ୍କୁ ଆଇଏସଆଇ ଏହି ନିର୍ଦେଶ ଦେଇଛି। ଏହା ପରେ ଭାରତର ଅଲଗା ଅଲଗା ସହରରେ ବୋମା ବିସ୍ଫୋରଣ କରିବାକୁ ଯୋଜନା ହୋଇଛି। ଫଳରେ ଦିଲ୍ଲୀ ସମେତ ଅନେକ ସହର ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି। ଏହାକୁ ନେଇ ରାଜଧାନୀ ଦିଲ୍ଲୀରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ସେହିପରି ଭାରତର ବିମାନ ଆକ୍ରମଣ ପରେ ଜେହାଦ ୟୁନାଇଟେଡ୍‌ କାଉନସିଲ ଭାରତରେ ଥିବା ଆତଙ୍କବାଦୀମାନଙ୍କୁ ସମାନ ନିର୍ଦେଶ ଦେଇଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories