www.samajalive.in
Monday, December 8, 2025
14.1 C
Bhubaneswar

ଭାରତକୁ ପ୍ରଶଂସା କଲେ ପାକିସ୍ତାନୀ ସାସଂଦ

ନୂଆଦିଲ୍ଲୀ …- ପୁଲଓ୍ୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ  ତିକ୍ତତା ବୃଦ୍ଧି ପାଇଥିବା ବେଳେ ଭାରତକୁ ପାକିସ୍ତାନର ଜଣେ ସାସଂଦ ପ୍ରଶଂସା କରିଛନ୍ତି । ପାକିସ୍ତାନରେ ଏବେ ସରକାର ଗଠନ କରିଥିବା ଇମରାନ୍‌ ଖାନ୍‌ଙ୍କ ତେହେରିକ୍‌-ଇ-ଇନସାଫ୍‌ ସାସଂଦ ରମେଶ ଭଙ୍କଓ୍ୱାନୀ ମୋଦୀ ସରକାରଙ୍କର ଆତିଥ୍ୟକୁ ପ୍ରଶଂସା କରିଛନ୍ତି ।

ରମେଶ କୁମ୍ଭମେଳାକୁ ବିଦେଶର ବିଭିନ୍ନ ଦେଶର ରାଜନୈତିକ ବ୍ୟକ୍ତିଙ୍କ ପାଇଁ କରାଯାଉଥିବା ସ୍ୱତନ୍ତ୍ର ପ୍ରଦର୍ଶନ ବ୍ୟବସ୍ଥାରେ ପ୍ରୟାଗରାଜକୁ ଆସିଥିଲେ । ସେଠାରେ ତାଙ୍କୁ ଦିଆଯାଇଥିବା ଆତିଥ୍ୟରେ ସେ ବେଶ୍‌ ଖୁସୀ ଥିବା କଥା କହିଛନ୍ତି । ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଭେଟିବା ପରେ ସେ ଏହି ସୂଚନା ଦେଇଛନ୍ତି । ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ସୁଷମା ସ୍ୱରାଜଙ୍କୁ ଭେଟିବା ସମୟରେ ପୁଲଓ୍ୱାମା ଆକ୍ରମଣରେ ପାକିସ୍ତାନର ହାତ  ନଥିବା କଥା ରମେଶ ଭଙ୍କଓ୍ୱାନୀ କହିଛନ୍ତି । ଭାରତ ଓ ପାକିସ୍ତାନ  ଭଭୟ ଦେଶ ଶାନ୍ତି ଚାହାନ୍ତି , ଉଭୟ ଦେଶ ଏକାଠି ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories