www.samajalive.in
Sunday, December 7, 2025
23.1 C
Bhubaneswar

ସ୍କୁଲ ଫି ନ ଦେଲେ ସାର୍ଟିଫିକେଟ୍ ମନା, ଉପଜିଲାପାଳଙ୍କ ନିକଟରେ ଅଭିଭାବକଙ୍କ ଅଭିଯୋଗ

ପଦ୍ମପୁର: ସବୁ ସ୍କୁଲ ଫି ପଇଠ ନ କରିବାରୁ ସ୍କୁଲ ଲିଭିଂ ସାର୍ଟିଫିକେଟ୍ ଦେବାକୁ କତ୍ତୃର୍ପର୍କ୍ଷ ମନା କରିବାରୁ ଉପ ଜିଲ୍ଲାପାଳଂକ ଠାରେ  ଅଭିଭାବକମାନେ ଅଭିଯୋଗ କରିଛନ୍ତି । ପଦ୍ମପୁର ଉପ ଖଣ୍ତ ଭେଉଁରିଆ ଗ୍ରାମର କେତେକ ଛାତ୍ର ଛାତ୍ରୀ ପଦ୍ମପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିଲେ। ପାଞ୍ଚରୁ ସାତ ବର୍ଷ ପଢିସାରିବା ପରେ ଛାତ୍ର ଛାତ୍ରୀଂକୁ ସରକାରୀ ବିଦ୍ୟାଳୟରେ ପଢାଇବା ପାଇଁ ଅଭିଭାବକମାନେ ସଂପୃକ୍ତ ଶିକ୍ଷାନୁଷ୍ଠାନକୁ ଯାଇଥିଲେ।ପ୍ରଧାନ ଶିକ୍ଷୟତ୍ରୀ ଓ ପରିଚାଳନା କମିଟି ସଦସ୍ୟମାନେ ନାମଲେଖା ଓ ମାସିକ ଫିଜ ନ ଦେଲେ ସାର୍ଟିଫିକେଟ୍ ମିଳିବ ନାହିଁ ବୋଲି ମନା କରିଥିଲେ। ଅଭିଭାବକମାନେ କୋଭିଡ ପାଇଁ ଆର୍ଥିକ ଅବସ୍ଥା ଠିକ୍ ନାହିଁ। ତେଣୁ ସେମାନେ ଫିଜ ଦେବାକୁ ଅସମର୍ଥ ବୋଲି ଅଭିଯୋଗ କରିଛନ୍ତି। ସଂପୃକ୍ତ ଶିକ୍ଷାନୁଷ୍ଠାନର ସଂପାଦକଂକ ମତରେ ଛାତ୍ର ଛାତ୍ରୀମାନେ ଦୀର୍ଘଦିନ ହେବ ଫିଜ ଦେଇ ନାହାନ୍ତି। ତେଣୁ ଅଧା ଫିଜ ଜମା କରନ୍ତୁ। ଘରୋଇ ଶିକ୍ଷାନୁଷ୍ଠାନର ଫିଜ ଛାଡ କରିବା ପ୍ରସଂଗ ଉଚ୍ଚ ନ୍ୟାୟାଳୟର ବିଚାରାଧୀନ ରହିଛି।ନିର୍ଦ୍ଦେଶ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।କୋଭିଡ ପୂର୍ବରୁ ବାକି ଥିବା ଫିଜ ଦେବାକୁ ଅଭିଭାବକମାନେ ସହମତି ପ୍ରକାଶ କରିବା ଉଚିତ ବୋଲି କହିଛନ୍ତି।
Attachments area

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories