www.samajalive.in
Wednesday, December 10, 2025
17.1 C
Bhubaneswar

ଆଦିମ ଜନଜାତି ଶବର ଆଦିବାସୀଙ୍କ ନିଆରା ପର୍ବ, ସାମୁହିକ ପିତୃପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ପର୍ବ 

ପଦ୍ମପୁର : ଆଦିମ ଜନଜାତି ଶବର ଆଦିବାସୀଙ୍କ ନିଆରା ପର୍ବ ଅନୁଷ୍ଠିତ ହୋଇଯାଇଛି । ସାମୁହିକ ପିତୃଶ୍ରାଦ୍ଧ ପାଳନ କରିବାକୁ କାରାଜ ବା କାର୍ଯ୍ୟ ବୋଲି କହିଥାନ୍ତି । ଏହି ପରବ ୮ ଦିନ ଧରି ପାଳନ ହୋଇଥାଏ | ଗାଁଦାଣ୍ଡ ରାତି ଦିନକୁ ଏକ କରି ମହିଳା ପୁରୁଷମାନେ ଏକତ୍ରିତ ହୋଇ ନାଚ ଗୀତରେ କମ୍ପି ଉଠେ। ଆଉ ଏମିତି କିଛି ଦେଖିବାକୁ ମିଳିଛି ରାୟଗଡା ଜିଲା ପଦ୍ମପୁର ଅଞ୍ଚଳରେ । ଦୀର୍ଘ ୨୫ ବର୍ଷ ବ୍ୟବଧାନରେ ପରେ ଲଚମନଗୁଡା ଗ୍ରାମରେ ସାମୁହିକ ପିତୃଶ୍ରାଦ୍ଧ ପାଳନ ହେଉଥିବାରୁ ପ୍ରବଳ ଜନସମାଗମ ହୋଇଛି ।

ଆଦିବାସୀଙ୍କ ପାରମ୍ପରିକ ଢାମ୍ପ, ଚାଙ୍ଗୁ ଓ ତୁଡୁମ ବାଦ୍ୟର ତାଳେ ତାଳେ ପଦ୍ମପୁର ବ୍ଲକ ଲଛମନଗୁଡା ଗ୍ରାମରେ ଆଦିବାସୀଙ୍କ  ପିତୃଶ୍ରାଦ୍ଧ  ବେଶ ନିଆରା ଢଙ୍ଗରେ ପାଳିତ ହୋଇଛି । ଏହି ଗାଁରେ ଦୀର୍ଘ ବର୍ଷ ପରେ ପିତୃଶ୍ରାଦ୍ଧ ପାଳନ ହେଉଥ‌ିବା ଯୋଗୁଁ ଲୋକଙ୍କ ଭିଡ ଜମିଛି।

- Advertisement -

ପରମ୍ପରା ଅନୁସାରେ ସାମୁହିକ ଭାବେ ପିତୃଶ୍ରାଦ୍ଧ କରିଲେ ‌ଘର ଲୋକଙ୍କ ଓ ଗାଁର ମଙ୍ଗଳ ହୋଇଥାଏ ବୋଲି ବୟୋଜ୍ୟେଷ୍ଠ ମାନେ ମତ ଦେଇଛନ୍ତି। ପରିବାର ସମ୍ପର୍କୀୟଙ୍କୁ ଡାକି ଏହି ପରବ ପାଳନ କରିଥାନ୍ତି । ଅନ୍ୟପଟେ ପୂର୍ବରୁ ଗ୍ରାମରେ ଯେଉଁମାନେ ରାଗରୁଷା ଓ ମନୋମାଳିନ୍ୟ ହୋଇ ରହୁଥିଲେ ଏହି ପରବରେ ସମସ୍ତ ରାଗରୁଷା ଭୁଲି ଏକତ୍ର ହୋଇଥାନ୍ତି । ମାଘ ମାସ ଠାରୁ ଆରମ୍ଭ କରି ବୈଶାଖ ମାସ ପର୍ଯ୍ୟନ୍ତ ଏହି ପର୍ବ ପାଳନ କରାଯାଇଥାଏ।

ଗାଁର ମୁଖ୍ୟ ଗମାଙ୍ଗ ପରିବାର ଓ ତାସହ ଗାଁରେ ରହୁଥ‌ିବା ଅନ୍ୟ ଆଦିବାସୀ ପରିବାରର ମୁଖ୍ୟଙ୍କ ଘରୁ ନୂଆ ମାଟି ହାଣ୍ଡି ବାହାରି ଥାଏ। ଶେଷର ପୂର୍ବ ଦିନ ଗାଁ ଶ୍ମଶାନକୁ ଆଡମ୍ବର ସହକାରେ ଗ୍ରାମର ଓ ଗ୍ରାମକୁ ଆସିଥିବା ହଜାର ହଜାର ମହିଳା, ପୁରୁଷ ଙ୍କ ମିଳିତ ଭାବେ ଯାଇ ନାଚଗୀତ କରି ପିତୃପୁରୁଷଙ୍କୁ ଆବହନ କରିଥାନ୍ତି।

ଶେଷ ଦିନ ‌ନୂଆହାଣ୍ଡିରେ ପାଣି ଆଣି ରୋଷେଇ କରି ଗ୍ରାମ ଦେବୀ ଓ ପିତୃପୁରୁଷଙ୍କୁ ଅର୍ପଣ କରି ସନ୍ତୁଷ୍ଟ କରିଥାନ୍ତି। ଏମିତି କରିବା ଦ୍ବାରା ପିତୃପୁରୁଷ ସନ୍ତୁଷ୍ଟ ହେଉଥିବା ନେଇ ବିଶ୍ଵାସ ରହିଛି। ଲଛମନଗୁଡା ଗ୍ରାମରେ ଏହି ଆଠ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ ରେ ଚନ୍ଦନ ଗମାଙ୍ଗ, ମୋହନ ଶବର, କାନ୍ତ ଶବର, ଟଙ୍କ ଶବର, ସାରଥୀ ଶବର, ଫଳୁଗୁନି ଶବର, ପୂର୍ଣ୍ଣ ଶବର, ଜାନି ଟଙ୍କ, ବିଜୟ ଶବର, ସୁକୁଲା ଶବର, ପ୍ରଦୀପ ଗମାଙ୍ଗ, ତ୍ରିନାଥ ଗମାଙ୍ଗଙ୍କ ସମେତ ଗ୍ରାମର ଯୁବଗୋଷ୍ଟି ମାନେ ସହଯୋଗ କରି ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories