ପଦ୍ମ ପୁରସ୍କାରକୁ ; ଚୟନ କିମିଟି ଶୁଣିଲାନି ରାଜ୍ୟ ସରକାର ଏବଂ କେନ୍ଦ୍ର ମନ୍ତ୍ରୀଙ୍କ କଥା

0

ନୂଆଦିଲ୍ଲୀ : ଚଳିତ ଥର ଦିଆଯିବାକୁ ଥିବା ପଦ୍ମ ପୁରସ୍କାରର ଚୟନ କମିଟି ରାଜ୍ୟ ସରକାର ଏବଂ କେନ୍ଦ୍ରମନ୍ତ୍ରୀଙ୍କ କଥା ଶୁଣିନଥିବା ଜାଣିବାକୁ ମିଳିଛି । ଏଥର ଚୟନ କମିଟି ୮ ରାଜ୍ୟ ସରକାର, ୭ ରାଜ୍ୟପାଳ, ୧୪ କେନ୍ଦ୍ର ମନ୍ତ୍ରୀଙ୍କ ସୁପାରିଶକୁ ମାନିନାହିଁ।

ରାଷ୍ଟ୍ରପତି ଭବନରେ ମାର୍ଚ୍ଚ ୨୦ ଏବଂ ଅପ୍ରେଲ ୨ରେ ହେବାକୁ ଥିବା ସମାରୋହରେ ୮୪ ଜଣଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରାପ୍ତ ତଥ୍ୟ ଅନୁସାରେ ୨୦୧୮ର ପଦ୍ମ ପୁରସ୍କାର ମନୋନୟନରେ ସାମିଲ ହେବା ପାଇଁ ୩୫ ହଜାର ୫୯୫ ଜଣ ଆବେଦନ କରିଥିଲେ । ଏହାସହ ପଦ୍ମ ପୁରସ୍କାର ପାଇଁ ବିଭିନ୍ନ ରାଜ୍ୟ ସରକାର, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ପୂର୍ବ ପଦ୍ମ ପୁରସ୍କାର ବିଜେତା ଏବଂ ବିଭିନ୍ନ ସଂଗଠନଙ୍କ ପକ୍ଷରୁ ବହୁ ବ୍ୟକ୍ତିଙ୍କ ନାମ ସୁପାରିଶ କରାଯାଇଥିଲା । ତେବେ ମନୋନୟନ ପାଇଁ ଗଠିତ ୧୦ ସଦସ୍ୟ ବିଶିଷ୍ଟ ଚୟନ କମିଟି ଚଳିତ ଥର ୮ ରାଜ୍ୟ ସରକାର, ୭ ରାଜ୍ୟପାଳ, ୧୪ କେନ୍ଦ୍ର ମନ୍ତ୍ରୀଙ୍କ ସୁପାରିଶକୁ ବିଚାରକୁ ନେଇ ନଥିବା ଜାଣିବାକୁ ମିଳିଛି । ଚୟନ କମିଟି ସମସ୍ତ ଆବେଦନକୁ ବିଚାରକୁ ନେବା ପରେ ଜାନୁଆରୀ ୨୫ରେ ପଦ୍ମ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି ।

ଚୟନ କମିଟି ତାମିଲନାଡୁ, ହରିୟାଣା, ଜାମ୍ମୁ କାଶ୍ମୀର, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ବିହାର, ରାଜସ୍ଥାନ ଏବଂ ଦିଲ୍ଲୀ ସରକାରଙ୍କ ସୁପାରିଶକୁ ବିଚାରକୁ ନେଇନାହିଁ । ଚଳିତ ଥର ତାମିଲନାଡୁ ପକ୍ଷରୁ ୬, ହରିୟାଣା ପକ୍ଷରୁ ୫, ଜାମ୍ମୁ କାଶ୍ମୀର ସରକାରଙ୍କ ପକ୍ଷରୁ ୯, କର୍ଣ୍ରାଟକ ପକ୍ଷରୁ ୪୪, ଉତ୍ତରାଖଣ୍ଡ ପକ୍ଷରୁ ୧୫, ବିହାର ଏବଂ ରାଜସ୍ଥାନ ପକ୍ଷରୁ ୪ଟି ଲେଖାଏଁ, ଦିଲ୍ଲୀ ପକ୍ଷରୁ ୭ ଜଣ ବ୍ୟକ୍ତିଙ୍କ ନାମ ସୁପାରିଶ କରାଯାଇଥିଲା । ଏହାବାଦ ପଶ୍ଚିମବଙ୍ଗ ରାଜ୍ୟପାଳ କାଶୀନାଥ ତ୍ରିପାଠୀ ୧୧, ହରିୟାଣା ରାଜ୍ୟପାଳ କ୍ୟାପ୍ଟେନ ସିଂହ ସୋଲଙ୍କି ୭, ଜାମ୍ମୁ କାଶ୍ମୀର ରାଜ୍ୟପାଳ ଏନ୍‌ଏନ୍‌ ଭୋରା ୪, ଉତ୍ତରପ୍ରଦେଶ ରାଜ୍ୟପାଳ ରାମ ନାଏକ ୧୦, ଗୁଜରାଟ ରାଜ୍ୟପାଳ ଓପି କୋହଲି ୨, କେରଳ ରାଜ୍ୟପାଳ କେପି ସଥାସିବମ ୨, ପୁଡୁଚେରୀ ରାଜ୍ୟପାଳ କିରଣ ବେଦୀ ଜଣଙ୍କ ନାମ ସୁପାରିଶ କରିଥିଲେ । ଏହାବାଦ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ୧, ମୋନିକା ଗାନ୍ଧି ୪, ପ୍ରକାଶ ଜାୱେଡକର ୬, ରାମବିଳାଶ ପାଶୱାନ ୪, ସୁରେଶ ପ୍ରଭୁ ୧୨, ଥାୱରଚନ୍ଦ ଗେହଲଟ ୧୬, ଅର୍ଜୁନରାମ ମେଘାୱାଲ ୪, ଅଶ୍ୱିନ କୁମାର ଚୌବେ ୩, ସିଆର ଚୌଧୁରୀ ୩, ହରିଭାଇ ପ୍ରାର୍ଥିଭାଇ ଚୌଧୁରୀ ୨, ଗିରିରାଜ ସିଂହ ୨, ମହେଶ ଶର୍ମା ୮, ମୁକ୍ତାର ଆବାସ ନକଭୀ ୨, ରାମକୃପାଳ ଯାଦବ ୪ ଜଣଙ୍କ ନାମ ସୁପାରିଶ କରିଥିଲେ । ହେଲେ ଏମାନଙ୍କର କୌଣସି ସୁପାରିଶକୁ ଶୁଣାଯାଇନାହିଁ । ଚୟନ କମିଟି ପକ୍ଷରୁ

Leave A Reply