ଗୁମ୍ଫା ଭିତରେ ପାତାଳ ଲୋକ, ଯେଉଁଠି ରହନ୍ତି ୧୦୦ ଲୋକ

​ଡେସ୍କ: କେହି ଜାଣନ୍ତି ନାହିଁ ଯେ ପାତାଳ ଲୋକ କେଉଁଠାରେ ଅଛି। କିନ୍ତୁ ଧାରଣା ଅଛି ଯେ ଆକାଶରେ ସ୍ୱର୍ଗ ଓ ଭୂମି ତଳେ ପାତାଳ ଲୋକ ରହିଛି। ଆଉ ଏକଥା ମଧ୍ୟ ବିଶ୍ୱାସ କରାଯାଏ ଯେ ସେହି ପାତାଳ ଲୋକରେ ମଣିଷ ଓ ଜୀବଜନ୍ତୁ ରହିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପାତାଳ ଲୋକ ବିଷୟରେ କହିବାକୁ ଯାଉଛୁ ଯାହା ପୃଥିବୀର ଏକ ପର୍ବତ ଗୁମ୍ଫା ଭିତରେ ରହିଛି। ଖାଲି ସେତିକି ନୁହେଁ ଏଠାରେ ୧୦୦ରୁ ଅଧିକ ଲୋକ ରହୁଥିବା ବେଳେ ଜୀବନଯାପନ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ମୌଳିକ ସୁବିଧାର ଅଭାବ ରହିଛି, କିନ୍ତୁ ଏହି ଗାଁର ଏମିତି କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।

ଲଣ୍ଡନରେ ୧୨ ଭାରତୀୟ ଗିରଫ

ଦୂର ଦୂରାନ୍ତରୁ ଲୋକେ ଏହି ସ୍ଥାନକୁ ଦେଖିବାକୁ ଆସନ୍ତି। ଏହି ଦୁର୍ଗମ ଗାଁର ଲୋକଙ୍କୁ ୧୫ କିଲୋମିଟର ଚାଲିଚାଲି ବଜାରକୁ ଯିବାକୁ ପଡ଼େ, କିନ୍ତୁ ସେହି ଗୁମ୍ଫା ମଧ୍ୟରେ ପିଲାଙ୍କ ପାଠ ପଢ଼ିବା ପାଇଁ ଏକ ସ୍ଥାନ ଏବଂ ବାସ୍କେଟବଲ୍ ପଡିଆ ମଧ୍ୟ ରହିଛି। ଏହି ଗାଁର ନାମ ହେଉଛି ଜୋଙ୍ଗଡୋଙ୍ଗ, ଯାହା ଚୀନର ଗୁଇଝାଉ ପ୍ରଦେଶରେ ଅବସ୍ଥିତ।

prayash

ଏହି ଗ୍ରାମର ଲୋକମାନେ ଶହ ଶହ ବର୍ଷ ଧରି ଏହି ଗୁମ୍ଫାରେ ବସବାସ କରି ଆସୁଛନ୍ତି। ଏହି ଗୁମ୍ଫା ସମୁଦ୍ର ପତନଠାରୁ ୧୮୦୦ ମିଟର ଉଚ୍ଚତାରେ ଅବସ୍ଥିତ। ତେବେ ଗୁମ୍ଫାରେ ରହିବା ଚୀନ୍ ସଭ୍ୟତାର ଅଂଶ ନୁହେଁ ବୋଲି କହି ୨୦୦୮ ମସିହାରେ ଚୀନ୍ ସରକାର ସେଠାକାର ବିଦ୍ୟାଳୟକୁ ବନ୍ଦ କରିଦେଇଥିଲେ। ଏଭଳି ସ୍ଥିତିରେ ପିଲାମାନେ ଏବେ ଗାଁଠାରୁ ଦୂରରେ ଥିବା ଅନ୍ୟ ଏକ ସ୍କୁଲକୁ ଯାଇ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଦୁଇ ଘଣ୍ଟା ପାଠ ପଢ଼ୁଛନ୍ତି। ପ୍ରାରମ୍ଭରେ ଏହି ଗାଁରେ ଉପଯୁକ୍ତ ରାସ୍ତା ନଥିଲା କି ମନୋରଞ୍ଜନର କୌଣସି ସମ୍ବଳ ନଥିଲା। କିନ୍ତୁ ଗଣମାଧ୍ୟମରେ ଏହି ଗାଁ ବିଷୟରେ ଆଲୋଚନା ହେବା ମାତ୍ରେ ସରକାର ଏଠାକାର ବିକାଶ ପ୍ରତି ଧ୍ୟାନ ଦେଇଥିଲେ।

ଇଦରେ ଇମ୍ରାନ ଖାନଙ୍କୁ ଆଡିଆଲା ଜେଲରେ ଭେଟିଲେ ପତ୍ନୀ ବୁଶରା ବିବି

ଗୋଟିଏ ପଟେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ ବାହ୍ୟ ଜଗତ ସହ ଯୋଡ଼ି ହେବା ପାଇଁ ଏହି ଗାଁରେ ରାସ୍ତା ନିର୍ମାଣ କରାଯାଇଛି। ଖାଲି ସେତିକି ନୁହେଁ ଏହି ଗାଁ ଛାଡି ଅନେକ ଲୋକ ଏବେ ବାହାରକୁ ଯାଉଛନ୍ତି। ସେହିପରି ଉଚ୍ଚଶିକ୍ଷା ପାଇଁ ବାହାରେ ପାଠ ପଢ଼ୁଥିବା ପିଲାମାନେ ପ୍ରତି ସପ୍ତାହରେ ନିଜ ଗାଁକୁ ଯାଇ ନିଜ ପରିବାରକୁ ଭେଟିଥାନ୍ତି।

Comments are closed.