ପାନ ପତ୍ର ବଦଳାଇ ପାରେ ଭାଗ୍ୟ
ହିନ୍ଦୁଧର୍ମ ଅନୁସାରେ ପାନ ପତ୍ରକୁ ବହୁତ ଶୁଭ ବୋଲି କୁହାଯାଇଥାଏ। କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ କିମ୍ବା ପୂଜାପାଠ କରିବା ସମୟରେ ଏହାକୁ ବ୍ୟବହାର କରାଯାଏ, ହେଲେ କିଛି ଉପାୟ ଅବଲମ୍ବନ କରି ପାନ ପତ୍ର ଦ୍ୱାରା ସୁଖ, ସମୃଦ୍ଧି ଓ ଶାନ୍ତି ପ୍ରାପ୍ତ କରାଯାଇପାରେ। ତେବେ ଚାଳନ୍ତୁ ଜାଣିବା ସେହି ଉପାୟରେ ସମ୍ବନ୍ଧରେ :
ମଙ୍ଗଳବାର କିମ୍ବା ଶନିବାର ହନୁମାନଙ୍କୁ ପାନ ବିଡ଼ା ଅର୍ପଣ କରିବା ଦ୍ୱାରା ବହୁତ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୁରା ହୋଇଥାଏ। ଧ୍ୟାନ ରଖିବା ଆବଶ୍ୟକ ଏହି ପାନରେ କେବଳ ଖଇର, ପାନମଧୁରୀ, ମିଠା ମସଲା ଓ ନଡ଼ିଆ ରହିବା ଆବଶ୍ୟକ। ଚୁନ ଓ ଗୁଆ ଭୁଲରେ ବି ଦିଅନ୍ତୁନାହିଁ। ଯଦି କୌଣସି କାର୍ଯ୍ୟ ବହୁ ଚେଷ୍ଟା ପରେ ମଧ୍ୟ ପୁରା ହୋଇପାରୁ ନାହିଁ, ତେବେ ରବିବାର ଦିନ ସେହି କାର୍ଯ୍ୟ କରିବାକୁ ବାହାରନ୍ତୁ। ଘରୁ ବାହାରିବା ସମୟରେ ଏକ ପାନ ପତ୍ରକୁ ନିଜ ପକେଟ୍ରେ ରଖନ୍ତୁ। ଏପରି କରିବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ। ପାନ ପତ୍ରକୁ ଘରର ମୂଖ୍ୟ ଦ୍ୱାରରେ ଟଙ୍ଗାଇବା ଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହିବା ସହ ଘର ସମସ୍ତ ପ୍ରକାର କୁପ୍ରଭାବରୁ ରକ୍ଷା ପାଇଥାଏ। ଧ୍ୟାନ ରଖିବେ, ସେହି ପତ୍ରକୁ ସବୁଦିନ ବଦଳାଇବା ଆବଶ୍ୟକ। ଘରେ କାହାକୁ ନଜର ଲାଗିଥିଲେ ପାନ ପତ୍ର ଉପରେ ସାତଟି ଗୋଲାପ ପାଖୁଡ଼ା ରଖି ତାଙ୍କୁ ଖୁଆଇଦେବା ଦ୍ୱାରା ନଜର ଦୋଷ କଟି ଯାଇଥାଏ। ଯଦି ବ୍ୟବସାୟ ମାନ୍ଦା ହୋଇଯାଇଛି ତେବେ ପାନ ପତ୍ର ଦାନ କରିବା ଦ୍ୱାରା ଅସୁବିଧା ଦୂର ହୋଇଥାଏ। ଏହାକୁ ବୁଧବାର କରିବା ଦ୍ୱାରା ଅଧିକ ଶୁଭ ଫଳ ମିଳିଥାଏ।