ସୀମା ଲଙ୍ଘିଲେ ଚୀନ୍ ସହ ଯୁଦ୍ଧ କରିବୁ: ଫିଲିପାଇନସ୍
ମାନିଲା: ଦକ୍ଷିଣ ଚୀନ୍ ସାଗରରେ ପୁଣି ଚୀନ୍ ସହ ଫିଲିପାଇନସ୍ର ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ବିବାଦୀୟ ଦକ୍ଷିଣ ଚୀନ୍ ସାଗରରେ ଫିଲିପାଇନସ୍ର ଇଞ୍ଚେ ବି ସ୍ଥାନ ଚୀନ୍ ବେଆଇନ ଭାବେ ଅଧିକାର କଲେ ଫିଲିପାଇନସ୍ ଯୁଦ୍ଧ କରିବ ବୋଲି ବୈଦେଶିକ ବ୍ୟାପାରସଚିବ ଆଲାନ୍ ପିଟର କହିଛନ୍ତି । ଗତମାସରେ ଦକ୍ଷିଣ ଚୀନ ସାଗରରେ ଉଭୟ ଦେଶ ମିଳିତ ଭାବେ ଏହି ସମସ୍ୟାକୁ ସମାଧାନ କରିବା ଉଚିତ୍ ବୋଲି ଚୀନ୍ ପକ୍ଷରୁ କୁହାଯାଇଥିଲା । ଫିଲିପାଇନସ୍ ଏହାର ଅଧିକାର ରକ୍ଷା ପାଇଁ ଯୁଦ୍ଧ କରିବାକୁ ପ୍ରସ୍ତୁତ ଅଛି ବୋଲି ଏହାର ପ୍ରାକୃତିକ ସମ୍ପାଦ ଉପରେ କେହି ବି ଆକି ପକାଇଲେ କଡ ଜବାବ ଦିଆଯିବ ବୋଲି ଆଲାନ୍ ପିଟର କହିଛନ୍ତି । ୨୦୧୬ରେ ଦକ୍ଷିଣ ଚୀନ୍ ସାଗରରେ ଫିଲିପାଇନସ୍ ଓ ଚୀନ୍ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଫିଲିପାଇନସ୍ର ଏକ ଜାହାଜକୁ ଚୀନ୍ ନୌସେନାର ଯୁଦ୍ଧ ଜାହାଜ ଅଟକାଇ ରଖିଥିଲା ।