BJD Bijuli 480×75 Mob

ମାଆ ପାଇଁ ଅକ୍ସିଜେନ୍‌ ସିଲିଣ୍ଡର କାନ୍ଧେଇ ଆମ୍ବୁଲାନ୍ସକୁ ଦୀର୍ଘ ସମୟ ଅପେକ୍ଷା କଲା ପୁଅ

BJD Bijuli 480×75 Mob
0

ଲକ୍ଷ୍ମୌ: ଉତ୍ତର ପ୍ରଦେଶର ଆଗ୍ରାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଲୋକ ନିଜର  ରୋଗାଗସ୍ତ ମାଆ ପାଇଁ ଅକ୍ସିଜେନ୍‌ ସିଲିଣ୍ଡର କାନ୍ଧେଇ ଆମ୍ବୁଲାନ୍ସକୁ ଅପେକ୍ଷା କରିଥିବା  ଦେଖିବାକୁ ମିଳିଛି । ଆଗ୍ରା ମେଡିକାଲ କଲେଜ୍‌ରେ ଏହି ଘଟଣା ଦେଖିବାକୁ ମିଳିଛି ।

ଅଙ୍ଗୁରି ଦେବୀ ନାମକ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଖରାପ ଥିଲା । ତାଙ୍କୁ ଚିକିତ୍ସା  ପାଇଁ ଆଗ୍ରା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ଏକ ଓ୍ୱାର୍ଡକୁ ସ୍ଥାନାନ୍ତର ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥିଲେ । ତାଙ୍କ ମୁହଁରେ ଅକ୍ସିଜେନ୍‌ର ମୁଖା ବି ଲାଗିଥିଲା । ମେଡିକାଲ କଲେଜ ପରିସରରେ ଗୋଟିଏ ଓ୍ୱାର୍ଡରୁ ଅନ୍ୟ ଓ୍ୱାର୍ଡକୁ ସ୍ଥାନାନ୍ତର ପାଇଁ ବ୍ୟବହାର କରାଯାଉଥିବା  ଆମ୍ବୁଲାନ୍ସ ଆସି ନ ଥିଲା । ଏହାପରେ  ଅଙ୍ଗୁରିଙ୍କ ପୁଅ ଅକ୍ସିଜେନ ସିଲିଣ୍ଡରକୁ କାନ୍ଧେଇ ଆମ୍ବୁଲାନ୍ସକୁ ବହୁ ସମୟ ଧରି ଛିଡା ହୋଇଥିଲା । ଅଙ୍ଗୁରେ ଦେବୀ ବି ବହୁ ସମୟ ସେହି ପରି ବାହାରେ ଛିଡା ହୋଇଥିଲେ । ଏହାପରେ ଦୀର୍ଘ ସମୟ ଧରି ଷ୍ଟ୍ରେଚର କି ଆମ୍ବୁଲାନ୍ସ ଆସି ନ ଥିବା । ସୋସିଆଲ ମିଡିଆ ସହ ବିଭିନ୍ନ ଗଣ ମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି । ଏହାର ତଦନ୍ତ ନିର୍ଦେଶ ଦିଆଯାଇଛି । ହେଲେ ରୋଗୀଙ୍କୁ ଏପରି ଅସହାୟ ଅବସ୍ଥାରେ ଛାଡି ଦେବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Leave A Reply