www.samajalive.in
Monday, December 15, 2025
24.1 C
Bhubaneswar

ଆଉଟ ସୋର୍ସିଙ୍ଗ ଦ୍ୱାରା ନିୟୋଜିତ ସଫେଇ କର୍ମଚାରୀଙ୍କୁ ହତାଦର, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଫୁଲବାଣୀ: କୋଭିଡ ମହାମାରିର ଦ୍ରୁତ ସଂକ୍ରମଣ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ତୁଲାଉଛନ୍ତି ପୌର ପରିଷଦର ସଫେଇ କର୍ମଚାରୀ। ଲକ ଡାଉନ କାରଣରୁ ଲୋକେ ନିଜ ନିଜ ଘର ଭିତରେ ରହିଥିିବା ବେଳେ ସହରର ପରିଚ୍ଛନ୍ନତା ପାଇଁ ଦିନରାତି ଲାଗିଛନ୍ତି ସଫେଇ କର୍ମଚାରୀ। ତେବେ ସେମାନଙ୍କ ବିଭିନ୍ନ ଆବଶ୍ୟକତା ପ୍ରତି ପ୍ରଶାସନ ଦୃଷ୍ଟି ଦେଉ ନାହିଁ ବୋଲି ଫୁଲବାଣୀ ପୌର ପରିଷଦରେ କାର୍ଯ୍ୟରତ ସଫେଇ କର୍ମଚାରୀ ଅଭିିଯୋଗ କରିଛନ୍ତି । ସେମାନଙ୍କ ବିଭିନ୍ନ ଦାବୀ ନେଇ ସେମାନେ କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନେକ ସମୟ ଧରି ଧାରଣାରେ ବସି ରହିଥିଲେ। ସେମାନଙ୍କ ଅଭିିଯୋଗ ଅନୁଯାୟୀ ପ୍ରତ୍ୟେକ ମାସରେ ସେମାନଙ୍କୁ ଦିଆଯିବାକୁ ଥିବା ସାବୁନ ଠିକ ସମୟୟରେ ଦିଆଯାଉ ନାହିଁ। ସେହିଭଳି ଏବେ କୋଭିଡ ସଂକ୍ରମଣ ଚାଲିଥିବା ବେଳେ ସେମାନଙ୍କୁ ମାସ୍କ, ଗ୍ଲୋଭସ, ସାନିଟାଇଜର ଇତ୍ୟାଦି ମଧ୍ୟ ଦିଆ ଯାଉ ନାହିଁ, ଯାହାକି ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। କରୋନାରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଚିକିତ୍ସିତ ଅବସ୍ଥାରେ କାହାର ଦେହାନ୍ତ ହେଳେ ସେମାନଙ୍କର ଶବ ଦାହ ଏହି ସଫେଇ କର୍ମଚାରୀ ମାନେ କରୁଥିଳେ ମଧ୍ୟ ସେହି ବାବଦକୁ ସେମାନଙ୍କୁ ଉପଯୁକ୍ତ ଅର୍ଥ ଦିଆଯାଉନାହିଁ ବୋଲି ଅଭିଯୋଗ କରିବା ସହିତ ସେମାନେ କୌଣସି କାରଣରୁ ଅସୁସ୍ଥ ହେଲେ ମଧ୍ୟ ସେମାନଙ୍କ ଛୁଟି ଦିଆଯାଉନାହିଁ ବୋଲି ଲିଖିତ ଭାବେ ଅଭିଯୋଗ କରିଛନ୍ତି। ପରିମଳ ବିଭାଗ ପାଇଁ ନୂତନଭାବେ କାହାକୁ ଦାୟିତ୍ୱ ଦିଆଯାଉ ବୋଲି ଏହି ସଫେଇ କର୍ମଚାରୀ ମାନେ ଦାବି କରିବା ସହିତ ପ୍ରତ୍ୟେକ ପର୍ବ ପର୍ବାଣିରେ ଉପର ଓଳି ଛୁଟି ଦିଆଯାଉ ବୋଲି ଦାବି କରିଛନ୍ତି। ସେହିଭଳି ପ୍ରତ୍ୟେକ ଦିନ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କ ଠିକ୍‍ ଭାବେ ଦରମା ମିଳୁନାହିଁ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଗତ ୨୦୧୩ ମସିହାରୁ ୨୦୨୧ ଏପ୍ରିଲ ପର୍ଯ୍ୟନ୍ତ ସେମାନଙ୍କର ଇପିଏଫ ଟଙ୍କା ଜମା କରାଯାଇ ନଥିବା ସଫେଇ କର୍ମଚାରୀ ମାନେ ଏକ ଲିଖିତ ଅଭିଯୋଗରେ ଜିଲାପାଳ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ପୌର ପରିଷଦ ନିର୍ବାହୀ ଅଧିକାରୀ ପ୍ରଶାସନ ତଥା ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ଜଣାଇଛନ୍ତି। ଏସବୁ ସମସ୍ୟା ପୂରଣ ନ କଲେ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ଆଜି ଏହି ସବୁ ଦାବୀ ନେଇ ସଫେଇ କର୍ମଚାରୀ ମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସି ରହିଥିଲେ। ଏ ନେଇ ଫୁଲବାଣୀ ପୌର ପରିଷଦ ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ଯେ, କର୍ମଚାରୀମାନଙ୍କ ଇପିଏଫ ସମସ୍ୟାର ସମାଧାନ ତୁରନ୍ତ କରାଯିବ। ତେବେ ସଫେଇ ବ୍ୟବସ୍ଥା ଆଉଟ ସୋର୍ସିଙ୍ଗ ସଂସ୍ଥାକୁ ଦିଆଯାଇଥିବାରୁ ଅନ୍ୟ ସବୁ ସମସ୍ୟା ସେହି ସଂସ୍ଥା ବୁଝିବ ବୋଲି ସେ କହିଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories