www.samajalive.in
Monday, December 15, 2025
27.1 C
Bhubaneswar

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଦ୍ୱାରା ଜାତୀୟ ନବନ୍ୱେଷୀ ଜଳବାୟୁ ନମନୀୟ କୃଷି ପ୍ରକଳ୍ପ ଶୁଭାରମ୍ଭ

ଭୁବନେଶ୍ୱର: ଆଜି ଓୟୁଏଟି ଅଧିନସ୍ଥ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଆଇସିଏଆର୍-ଅଟାରୀ, କୋଲକାତାର ମିଳିତ ଆନୁକୁଲ୍ୟରେ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷରେ ଜାତୀୟ ନବନ୍ୱେଷୀ ଜଳବାୟୁ ନମନୀୟ କୃଷି ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଅଛି। ଏହି ପ୍ରକଳ୍ପଟି ଓଡ଼ିଶାର ତିନୋଟି ଜିଲା ଯଥା- କେନ୍ଦ୍ରାପଡ଼ା, ଗଞ୍ଜାମ ଓ କଳାହାଣ୍ଡି କାର୍ଯ୍ୟକ୍ଷମ ହୋଇଆସୁଅଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ଅନ୍ୟ ୬ଟି ଜିଲା ଯଥା- ଭଦ୍ରକ, ପୁରୀ, ଜଗତସିଂହପୁର, ଢେଙ୍କାନାଳ, ବଲାଙ୍ଗୀର ଓ କେନ୍ଦୁଝରକୁ ସଂପ୍ରସାରିତ ହେବାକୁ ଯାଉଛି।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡଃ ପୱନ କୁମାର ଅଗ୍ରୱାଲ ପରିବର୍ତିତ ଜଳବାୟୁରେ ଚାଷୀମାନେ କିପରି ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରି ଚିରନ୍ତନ ଆୟ ପାଇପାରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଡଃ ପ୍ରସନ୍ନଜିତ୍ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହି ପ୍ରକଳ୍ପ ମାଧ୍ୟମରେ ବିଭିନ୍ନ ବୈଷୟିକ କ୍ଷେତ୍ର ପ୍ରଦର୍ଶନର ଲାଭ ଓ ଆମ ରାଜ୍ୟର ସାଂପ୍ରତିକ ଜଳବାୟୁ ପରିସ୍ଥିତି ସମ୍ବନ୍ଧରେ ଆଲୋକପାତ କରିଥିଲେ। ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅଧିନସ୍ଥ ଅଟାରୀ, କୋଲକାତାର ନିର୍ଦ୍ଦେଶକ ଡଃ ଏସ୍.କେ. ରାଏ ମହୋଦୟ ଏହି ପ୍ରକଳ୍ପରେ ନୂତନ ଭାବେ ଅନ୍ତର୍ଭୁକ୍ତ ଜିଲାଗୁଡ଼ିକର ବୈଷୟିକ କାର୍ଯ୍ୟାବଳୀକୁ ସଠିକ୍ ଭାବେ ନିର୍ଦ୍ଧାରଣ କରିବା ପାଇଁ ଗୁରୁତ୍ୱ ପ୍ରଦାନ କରିଥିଲେ।

 

- Advertisement -

ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅଧିନସ୍ଥ ଅଟାରୀ, କୋଲକାତାର ଡଃ ଏଫ.ଏଚ୍. ରେହେମାନ୍, ପ୍ରଧାନ ବୈଜ୍ଞାନିକ ଏବଂ ନୋଡ଼ାଲ ଅଫିସର (ନିକ୍ରା) ଏହି ପ୍ରକଳ୍ପ ଅଧିନରେ ଥିବା କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକର ବୈଷୟିକ କାର୍ଯ୍ୟକ୍ରମ ସମ୍ବନ୍ଧରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡଃ. ଲଳିତ ମୋହନ ଗଡ଼ନାୟକ, ପୂର୍ବତନ ଅଧ୍ୟକ୍ଷ, ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ; ଡଃ ଆର୍.କେ. ପାଇକରାୟ, ବିଭାଗୀୟ ମୁଖ୍ୟ, କ୍ଷେତ୍ର ବିଜ୍ଞାନ, ଡଃ. ଆର୍.କେ. ପାତ୍ର, ବିଭାଗୀୟ ମୁଖ୍ୟ, ମୃତ୍ତିକା ବିଜ୍ଞାନ ଓ ରସାୟନ ବିଭାଗ; ଡ. ବି.ଏସ୍. ରଥ, ବିଭାଗୀୟ ମୁଖ୍ୟ, କୃଷି ପାଣିପାଗ ବିଭାଗ, କୃଷି ମହାବିଦ୍ୟାଳୟ ଏବଂ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ସମସ୍ତ ଯୁଗ୍ମ ନିର୍ଦ୍ଦେଶକ ଏବଂ ଉପ-ନିର୍ଦ୍ଦେଶକ ଯୋଗ ଦେଇ ପରିବର୍ତ୍ତିତ ଜଳବାୟୁରେ ନୂତନ ଗବେଷଣାଳବ୍ଧ ଜ୍ଞାନକୌଶଳକୁ ଉପଯୋଗ କରି ଚାଷୀଭାଇମାନେ କିପରି ଲାଭାନ୍ୱିତ ହୋଇପାରିବେ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡଃ ମହାମାୟା ପ୍ରସାଦ ନାଏକ, ଯୁଗ୍ମ ନିର୍ଦ୍ଦେଶକ ସଂପ୍ରସାରଣ (ସୂଚନା) ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସର୍ବଶେଷରେ ନିର୍ଦ୍ଦେଶାଳୟର ଡଃ ଅମରେଶ ଖୁଂଟିଆ, ଯୁଗ୍ମ ନିର୍ଦ୍ଦେଶକ ସଂପ୍ରସାରଣ (ଦୂରଶିକ୍ଷା) ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯକ୍ରମରେ ପ୍ରକଳ୍ପ ଅଧିନସ୍ଥ ସମସ୍ତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ, ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗ ଦେଇଥିଲେ।

 

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories