www.samajalive.in
Tuesday, December 9, 2025
15.1 C
Bhubaneswar

ଓଟିପି ହସ୍ତାନ୍ତର ଚେର : ନୟାଗଡ଼ରୁ ପାକିସ୍ତାନ

ଭୁବନେଶ୍ବର/ବରୀ/ଦଶପଲ୍ଲା : ଓଡ଼ିଶା ସିମକାର୍ଡରେ ପାକିସ୍ତାନୀ କାରବାର କରିବା ଘଟଣାରେ ଆଇଟିଆଇର ଶିକ୍ଷକ ଜାଲରେ ଛାତ୍ର ପଡ଼ିଛନ୍ତି। କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର କାର୍ଯ୍ୟବଳ (ଏସଟିଏଫ) ଘଟଣାର ରହସ୍ୟ ଉନ୍ମୋଚନ କରିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଦୁଇ ଜଣ ଛାତ୍ର ଧରାପଡିଥିବା ବେଳେ ଆଇଟିଆଇ ଶିକ୍ଷକ ଜାଲରେ ଆଉ କେତେଜଣ ଛାତ୍ର ଅଛନ୍ତି, ସେ ନେଇ ଏସଟିଏଫ ଖୋଳତାଡ଼ ଜାରି ରଖିଛି। ଦେଶର ଗୁପ୍ତତଥ୍ୟ ଅଭିଯୁକ୍ତମାନେ ପାକିସ୍ତାନକୁ ପ୍ରଦାନ କରୁଥିବା ସନ୍ଦେହ ସୃଷ୍ଟି ହୋଇଛି। ଜବତ ମୋବାଇଲ ଓ ସିମକାର୍ଡକୁ ଯାଞ୍ଚ କରିବା ପରେ ଏହି ଦଳର ଚେର କେତେବାଟ ଲମ୍ବିଛି, ତାହା ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ସଂସ୍ଥା ଆଶା ବାନ୍ଧିଛି।
ନୟାଗଡ ଜିଲା ଇଟାମାଟି ଥାନା ବଡ଼ପଣ୍ଡୁସର ଗ୍ରାମର ଗିରଫ ପଠାଣି ସାମନ୍ତ ଲେଙ୍କା ଏକ ଘରୋଇ ଆଇଟିଆଇରେ ଶିକ୍ଷକ ଚାକିରି କରିଥିଲା। ପାକିସ୍ତାନୀ ଏଜେଣ୍ଟଙ୍କ ସହ ସେ ହାତ ମିଳାଇବା ପରେ ଚାକିରି ଛାଡ଼ି ଦେଇଥିଲା। ଏହି କାରବାରରେ ସେ ଦଶପଲ୍ଲା ବ୍ଲକ ସାକେଣୀ ଗ୍ରାମର ସରୋଜ କୁମାର ନାୟକକୁ ସାମିଲ କରିଥିଲା। ନୟାଗଡ଼ ଆଇଟିଆଇ ପଛ ପାଖରେ ଏକ ଭଡ଼ା ଘରେ ରହୁଥିଲା। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ
ପାଠ ପଢ଼ୁଥିଲା। ସେହିପରି ବରୀ ରାମଚନ୍ଦ୍ରପୁର ଥାନା ଅଧୀନସ୍ଥ କିମ୍ଭିରିଆପାଳ ପଞ୍ଚାୟତ ଉଦୟପୁର ଗ୍ରାମର ଗିରଫ ସୌମ୍ୟ ପଟ୍ଟନାୟକ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛି। ପ୍ରାଥମିକ ପର୍ଯ୍ୟାୟରେ ଏସଟିଏଫ ଉପରୋକ୍ତ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପଠାଣିସାମନ୍ତର ଏହି କାରବାରରେ ଛାତ୍ରଙ୍କ ସମ୍ପୃକ୍ତି ଥିବା ଏସଟିଏଫ ଜାଣିବାକୁ ପାଇଛି। ତା’ ଜାଲରେ ଆଉ କେତେଜଣଙ୍କ ସମ୍ପୃକ୍ତି ରହିଛି ସେନେଇ ତଦନ୍ତକାରୀ ଦଳ ଖୋଳତାଡ଼ ଚଳାଇଛି।
କେନ୍ଦ୍ର ଗୁଇନ୍ଦା ଦେଇଥିଲା ସୂଚନା
ଏହି କାରବାରରେ ପଠାଣିସାମନ୍ତ ଥିଲା ମାଷ୍ଟରମାଇଣ୍ଡ। ଗତ ୫ ବର୍ଷରୁ ଅଧିକ ହେବ ସେ ଏହି କାରବାର ଚଳାଇଥିଲା। ଏନେଇ କେନ୍ଦ୍ର ଗୁଇନ୍ଦା ବ୍ୟୁରୋ ସୂଚନା ପାଇଥିଲା। ଏହି ଘଟଣା ଉପରେ ନଜର ରଖିବା ପାଇଁ ଗୁଇନ୍ଦା ବ୍ୟୁରୋ ସୂଚନା ଦେବା ପରେ ଏସଟିଏଫ ଖୋଳତାଡ଼ ଆରମ୍ଭ କରିଥିଲା। ଉପରୋକ୍ତ ୩ ଅଭିଯୁକ୍ତକୁ ଧରିବାରେ ତଦନ୍ତକାରୀ ସଂସ୍ଥା ସଫଳ ହୋଇଥିଲା।
ତଦନ୍ତ କରିବ ଏନ୍‌ଆଇଏ
ଏହି ଘଟଣାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ତଦନ୍ତ କରିବ ବୋଲି ଜଣାପଡିଛି। ପାକିସ୍ତାନ ଏଜେଣ୍ଟଙ୍କ ସହ ଅଭିଯୁକ୍ତଙ୍କ ସମ୍ପୃକ୍ତି ଜଣାପଡିବା ପରେ ଏସଟିଏଫ ଏନଆଇଏକୁ ଘଟଣା ସମ୍ପର୍କରେ ଜଣାଇ ଦେଇଛି। ଏହାକୁ ଏନଆଇଏ ଗୁରୁତ୍ବର ସହ ଗ୍ରହଣ କରିଛି। ପାକିସ୍ତାନୀ ଏଜେଣ୍ଟମାନେ କେଉଁଠାରେ ରହୁଛନ୍ତି, ଅଭିଯୁକ୍ତମାନେ ପାକିସ୍ତାନୀ ଏଜେଣ୍ଟଙ୍କୁ କିଭଳି ତଥ୍ୟ ଯୋଗାଇ ଦେଇଛନ୍ତି ଓ ଏଥିରେ ଆଉ କେତେଜଣଙ୍କ ସମ୍ପୃକ୍ତି ରହିଛି, ସେ ନେଇ ଏନଆଇଏ ଖୁବଶୀଘ୍ର ତଦନ୍ତ କରିବ।
ଗିରଫ ପୂର୍ବରୁ ପରିବାର ଲୋକ ଫେରାର
ଏସଟିଏଫ ଚଢ଼ଉ କରିବା ପୂର୍ବରୁ କୌଣସି ସୂତ୍ରରୁ ଖବରପାଇ ସରୋଜର ବାପା ସୁରେଶ ନାୟକ ଓ ପରିବାରର ଅନ୍ୟ ସଦସ୍ୟମାନେ ଫେରାର ହୋଇଯାଇଥିଲେ। ଗତ ୮ବର୍ଷ ହେବ ସରୋଜ ଘର ଭଡା ନେଇ ଏକାକୀ ରହୁଥିଲା। ଗାଁକୁ କାଁ ଭାଁ ଆସୁଥିଲା। କାହା ସହିତ ସେ ମିଳାମିଶା କରୁ ନ ଥିଲା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ପଠାଣିସାମନ୍ତ ସହ ସେ କେତେ ବର୍ଷ ହେବ ଏହି କାରବାର କରୁଥିଲା, ତାହା ଏବେ ତଦନ୍ତ ସାପେକ୍ଷ।
ସୌମ୍ୟ ପେସାଦାର ଅପରାଧୀ
ଗିରଫ ସୌମ୍ୟ ଜଣେ ପେସାଦାର ଅପରାଧୀ ବୋଲି ଜଣାପଡ଼ିଛି। ସିମକାର୍ଡ କାରବାର ଅଭିଯୋଗରେ ପୂର୍ବରୁ ସେ ରାଜ୍ୟ ବାହାର ପୁଲିସ ଦ୍ୱାରା ‍ଦୁଇ ଥର ଗିରଫ ହୋଇ ଜାମିନରେ ‍ଆସିଥିବା ପ୍ରାଥମିକ ତଦନ୍ତରୁ ଏସଟିଏଫ ଜାଣିବାକୁ ପାଇଛି। ଏହାବ୍ୟତୀତ ସେ ରଙ୍ଗିନ ଏଣ୍ଡୁଅ, ବିଦେଶୀ ପକ୍ଷୀ ଓ କୁକୁର ବିଦେଶ ଚାଲାଣ କରୁଥିବା ଭଳି ସଙ୍ଗିନ ଅଭିଯୋଗ ପଦାକୁ ଆସିଛି। ସୌମ୍ୟର ଚୀନ ସ୍ମଗଲରଙ୍କ ସହ ସମ୍ପୃକ୍ତି ଥିବା ସନ୍ଦେହ ପ୍ରକାଶ ପାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories