www.samajalive.in
Monday, December 15, 2025
24.1 C
Bhubaneswar

ଡିସେମ୍ବର ୧୭ରେ ଓଟିଇଟି

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ଡିସେମ୍ବର ୧୭ରେ ଅନୁଷ୍ଠିତ ହେବ। ସେହି ଦିନ ୨ଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ। ପୂର୍ବାହ୍ଣ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ପେପର-୧ ପରୀକ୍ଷା ଓ ଅପରାହ୍ଣ ୨ଟାରୁ ୪.୩୦ ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ହେବ। ଏଥିନିମନ୍ତେ ଫର୍ମ ପୂରଣ ନଭେମ୍ବର ୧୨ ରୁ ନଭେମ୍ବର ୨୫ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଦେୟ ଦାଖଲ ପାଇଁ ନଭେମ୍ବର ୨୬ ରାତ୍ର ୧୧.୪୫ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି। ବୋର୍ଡ ୱେବସାଇଟ୍‌‌ www.bseodisha.ac.in ରେ ଅନ୍‌‌ଲାଇନ ଜରିଆରେ ୨୪ ଘଣ୍ଟିଆ ଖୋଲାଯାଇଛି। ଫର୍ମପୂରଣ ଅବଧି ପୁନର୍ବାର ବର୍ଦ୍ଧିତ କରାଯିବ ନାହିଁ। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ପ୍ରବେଶପତ୍ର (ଆଡମିଟ୍‌ କାର୍ଡ) ଡିସେମ୍ବର ୧୦ ତାରିଖରୁ ଅନ୍‌‌ଲାଇନ୍‌‌ରେ ଉପଲବ୍ଧ ହେବ। ଯେଉଁ ପରୀକ୍ଷାର୍ଥୀଙ୍କ ତଥ୍ୟ ମିଥ୍ୟା ବା ଭୁଲ ଜଣାପଡ଼ିଲେ ତାଙ୍କ ଅାବେଦନ ଅଗ୍ରାହ୍ୟ କରାଯିବା ସହ ତାଙ୍କ ବିରୋଧରେ ଅାଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପରୀକ୍ଷାର୍ଥୀଙ୍କ ଦ୍ୱାରା ଅନ୍‌‌ଲାଇନ ଜରିଅାରେ ପ୍ରଦାନ କରାଯାଇଥିବା ବ୍ୟକ୍ତିଗତ ତଥ୍ୟ, ଠିକଣା, ଜାତି ଓ ପରୀକ୍ଷା ବିଷୟ ପରବର୍ତ୍ତୀ ସମୟରେ ବଦଳା ଯାଇପାରିବ ନାହିଁ। ତେଣୁ ପରୀକ୍ଷାର୍ଥୀମାନେ ଫର୍ମ ପୂରଣ ସମୟରେ ସମସ୍ତ ଦିଗ ପ୍ରତି ସଜାଗ ରହିବାକୁ ବୋର୍ଡ ପକ୍ଷରୁ ସୂଚନା ଦିଅାଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories