www.samajalive.in
Monday, December 15, 2025
24.1 C
Bhubaneswar

ଓଡ଼ିଶା ଷ୍ଟାଫ ସିଲେକସନ କମିଶନ କେଳେଙ୍କାରୀର ଏସଆଇଟି ତଦନ୍ତ ହେଉ : ନରସିଂହ ମିଶ୍ର

ଭୁବନେଶ୍ୱର : ରାଜ୍ୟରେ ସ୍ୱଚ୍ଛତାର ସହ ସରକାରୀ କର୍ମଚାରୀଙ୍କ ନିଯୁକ୍ତି ପାଇଁ ୧୯୯୩ ରେ ଓଡ଼ିଶା ଷ୍ଟାଫ ସିଲେକସନ କମିଶନ ଗଠନ କରାଯାଇଥିଲା । ମାତ୍ର ବିଡମ୍ବନା ଯେ ଏହି ଉଦ୍ଦେଶ୍ୟ ସଂପ୍ରତି ପରାଭୂତ ହୋଇଛି । ମୁଖ୍ୟମନ୍ତ୍ରୀ ହେଉଛନ୍ତି ଏହି ବିଭାଗର ମନ୍ତ୍ରୀ । ଅତୀତରେ ପୂର୍ବତନ ଡିଜି ଗୋପାଳ ନନ୍ଦ ଏବଂ ପୂର୍ବତନ ମୁଖ୍ୟ ଶାଚନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ଭଳି ଦକ୍ଷ ଏବଂ ସଚ୍ଚୋଟ ବ୍ୟକ୍ତିବିଶେଷଙ୍କୁ ଏହି ସଂସ୍ଥାରେ ଦାୟୀତ୍ୱ ଦିଆଯାଇଥିବା ବେଳେ ବର୍ତମାନ ସରକାର କ’ଣ ପାଇଁ ସାଧାରଣରେ ଦୁର୍ନୀତିଗ୍ରସ୍ତ ବୋଲି ବିବେଚିତ ହେଉଥିବା ବ୍ୟକ୍ତିଙ୍କୁ ଏହି ପଦବୀରେ ରଖିଛନ୍ତି । ବିଧାନ ସଭାରେ, “ବ୍ୟକ୍ତିଗତ ସଚିବ ଚାକିରୀ ଦିଅନ୍ତି ନାହିଁ” ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମାନ୍ୟବର ସଂସଦୀୟ ବ୍ୟାପାର ମନ୍ତ୍ରୀ ଦେଇଥିବା ସଫେଇ ହାସ୍ୟାସ୍ପଦ। ଏହା ଅତି ସାଧାରଣ କଥା ଓ ଏକଥା କିଏ ନ ଜାଣେ? ବିନା ଅଧ୍ୟକ୍ଷ ଏବଂ କମିଶନ ସଦସ୍ୟଙ୍କ ପ୍ରୋତ୍ସାହନରେ ବ୍ୟାପମ ଭଳି ଏପରି ମହାଦୁର୍ନୀତି ସମ୍ଭବ ନୁହେଁ । ସୁତରାଂ ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ଓ ପଦବୀରୁ ବହିସ୍କାର କରାଯାଉ ବୋଲି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଦାବି କରିଛନ୍ତି ।
ଶ୍ରୀ ମିଶ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସବୁ ବେଳେ ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି ଦମ୍ଭୋକ୍ତି କରୁଛନ୍ତି । କିନ୍ତୁ ମୁଁ ବିଧାନସଭାରେ ଆଣିଥିବା ଏ ସଂକ୍ରାନ୍ତ ଅଭିଯୋଗ ଉପରେ ତଦନ୍ତ କରାଯିବାର ଜବାବ ତାଙ୍କ ତରଫରୁ  ମନ୍ତ୍ରୀ ଦେଇଛନ୍ତି ।
ରାଜ୍ୟରେ ଲକ୍ଷ ଲକ୍ଷ ମେଧାବୀ ଛାତ୍ରଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ଓଡ଼ିଶା ଷ୍ଟାଫସିଲେକସନଙ୍କ ବ୍ୟକ୍ତିଗତ ସଚିବ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଗଣମାଧ୍ୟମର ଚାପ ଏବଂ ଓଡ଼ିଶାବାସୀଙ୍କର ଆକ୍ରୋଷରୁ ବଂଚିବା ଉଦ୍ଦେଶ୍ୟରେ ସରକାର ବ୍ୟକ୍ତିଗତ ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗତ ଅଗଷ୍ଟ ୨ ତାରିଖ ଦିନ ପ୍ରଥମେ ତାଙ୍କୁ ନିଲମ୍ବନ କଲେ ଓ ସେହିଦିନ ତାଙ୍କୁ ଚାକିରୀରୁ ବାଧ୍ୟତାମୂଳକ ଭାବେ ଅବସର ଦେଲେ। ଏହାଦ୍ୱାରା ସରକାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଯେଉଁ ଆଇନଗତ ପନ୍ଥା ଅନୁସରଣ କରିବା କଥା ତାହା କରିନାହାନ୍ତି ଏହା ପରୋକ୍ଷରେ ସଂପୃକ୍ତ ବ୍ୟକ୍ତିଗତ ସଚିବଙ୍କୁ ସାହାଯ୍ୟ କରିଛନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରିସିଂହ ମିଶ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ସମ୍ପର୍କରେ ପ୍ରସ୍ତୁତ ମାର୍ଗଦର୍ଶିକା ପାଳନ କରାଯାଇ ନାହିଁ, ଏହା ଅଭିସନ୍ଧି ମୂଳକ । ସରକାର ପରୋକ୍ଷରେ ଅଭିଯୁକ୍ତ ବ୍ୟକ୍ତିଗତ ସଚିବଙ୍କୁ ସୁରକ୍ଷା ଦେବା କିମ୍ବା ନିଜର ସଂପୃକ୍ତିକୁ ଲୁଚାଇବା ପାଇଁ ଚତୁରତାର ସହ ଏପରି ଉଦ୍ୟମ କରିଛନ୍ତି । ଏପରି କ୍ଷେତ୍ରରେ ମୋର ଏବଂ ରାଜ୍ୟ ବାସୀଙ୍କର ଦୃଢ଼ ଧାରଣା ହୁଏ ଯେ ସରକାର ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ବା ଏ ମହାଦୁର୍ନୀତିରେ ସାମିଲ ଅଛନ୍ତି ।
ଏହି ସମସ୍ତ ପ୍ରକ୍ରିୟାର ସତ୍ୟ ଉଦ୍‌ଘାଟନ ଓ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଏସଆଇଟି ତଦନ୍ତ କରିବାକୁ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ।
ରାଜ୍ୟ ଛାତ୍ର କଂଗ୍ରେସ ତରଫରୁ ଏହି ମହାକେଳେଙ୍କାରୀର ପ୍ରତିବାଦରେ ଆସନ୍ତା ସେପ୍ଟେମ୍ବର ୭ରେ ବିଧାନ ସଭା ଘେରାଉ କରାଯିବାର ନିଷ୍ପତି ନିଆଯାଇଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମିଡ଼ିଆ ବିଭାଗ ମୁଖ୍ୟ ଗଣେଶ୍ୱର ବେହେରା ଓ ମୁଖପାତ୍ର ଆଡ଼ଭୋକେଟ ନିଶିକାନ୍ତ ମିଶ୍ର ଉପସ୍ଥିତ ଥିଲେ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories