www.samajalive.in
Monday, December 15, 2025
16.1 C
Bhubaneswar

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ ଟୁର୍‌ରେ ପର୍ଯ୍ୟଟକ ପାଇଁ ପ୍ରଦର୍ଶିତ ହେବ କନ୍ଧ ଜନଜାତିଙ୍କ ଘର

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି। ରବିବାର ଅର୍ଥାତ୍‌ ସେପେଫମ୍ବର ୫ ତାରିଖ ଦିନ ଦର୍ଶକମାନେ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @stscdev, @scstrti ଖୋଲି କନ୍ଧ ଜନଜାତିଙ୍କ ଘର ଦେଖିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।


ଓଡ଼ିଶାରେ ଜନଜାତିଙ୍କ ମଧ୍ୟରେ କନ୍ଧ ଜନଜାତିଙ୍କ ସଂଖ୍ୟା ସବୁଠାରୁ ଅଧିକ। ଏମାନେ ଦକ୍ଷିଣ ଓଡ଼ିଶା ବିଶେଷତଃ ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଜିଲ୍ଲାରେ ବସବାସ କରିଥାନ୍ତି। ନିର୍ଦ୍ଦିଷ୍ଟ ଅଞ୍ଚଳରେ କୁଟିଆ କନ୍ଧ, ଡଙ୍ଗରିଆ କନ୍ଧ, ଦେଶିଆ କନ୍ଧ ଆଦି ବାସ କରନ୍ତି। ସେମାନେ ‘କୁଇ’ ଓ ‘କୁଭି’ ଭାଷାରେ କଥା ହୁଅନ୍ତି। କନ୍ଧମାନଙ୍କର ଘର ହେଉଛି ଚତୁର୍ଭୁଜାକାର। ସେମାନଙ୍କ ଘରେ ଝରକା ନଥାଏ ଓ ଚଉଡ଼ା ବାରଣ୍ଡା ରହିଥାଏ। ମୁଖ୍ୟ ରହିବା ଘରେ କାଠରେ ତିଆରି ବେଦି ପରି ଉଚ୍ଚସ୍ଥାନରେ ଶସ୍ୟ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ରହିଥାଏ। ରନ୍ଧନଶାଳାରେ ଚୁଲି ଓ ପୂଜା ପାଇଁ ସ୍ଥାନ ରଖାଯାଇଥାଏ। କନ୍ଧ ଜନଜାତିଙ୍କର ଘର ପଛପଟେ ଗୃହପାଳିତ ପଶୁ ରଖିବାର ବ୍ୟବସ୍ଥା କରାଯାଇଥାଏ।

Hot this week

ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories