www.samajalive.in
Monday, December 15, 2025
24.1 C
Bhubaneswar

ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ଆରମ୍ଭ, ମରାମତି ଜରୁରୀ କହିଲେ ଗଜପତି

ସମାଜ ଡିଜିଟାଲ ଡେସ୍କ: ଭିତର ରତ୍ନଭଣ୍ଡାର ଅନୁଧ୍ୟାନ କରିଛନ୍ତି ୧୧ ଜଣିଆ ଟିମ। ଗଜପତି ମହାରାଜା ଦିବ୍ୟସିଂହ ଦେବ ମଧ୍ୟ ରତ୍ନଭଣ୍ଡାରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଟିମର ଅନୁଧ୍ୟାନ ଜାରି ରହିଥିବା ବେଳେ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଥିବା ଗଜପତି କହିଛନ୍ତି।

ଗଜପତି ମହାରାଜା ଦିବ୍ୟସିଂହ ଦେବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଖଟଶେଯ ଘରକୁ ଅଳଙ୍କାର ସ୍ଥାନାନ୍ତର କରାଯିବ। ଅଳଙ୍କାର ଯେଉଁଠି ରଖାଯିବ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ସିସିଟିଭି କ୍ୟାମେରା ନଜରରେ ଅଳଙ୍କାର ରହିବ। ଅଳଙ୍କାର ସ୍ଥାନାନ୍ତର ହେବା ପରେ ସେଗୁଡ଼ିକୁ ଉଚ୍ଚ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ଯନ୍ତ୍ରପାତିରେ ନୀରିକ୍ଷଣ କରାଯିବ।

- Advertisement -

ରତ୍ନଭଣ୍ଡାର ମରାମତି ସମ୍ପର୍କରେ ଗଜପତି କହିଛନ୍ତି ଯେ, ରତ୍ନଭଣ୍ଡାର କେବେ ମରାମତି ହୋଇଥିଲା ତାହା ଆମେ ଜାଣିନାହୁଁ। ୧୯୭୧ ମସିହାରେ ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ହସ୍ତକ୍ଷେପ କରିବା ପରଠାରୁ ରତ୍ନଭଣ୍ଡାର ମରାମତି ହୋଇନାହିଁ। ବର୍ତ୍ତମାନ ସମୟରେ ରତ୍ନଭଣ୍ଡାର ମରାମତି ଜରୁରୀ ହୋଇପଡ଼ିଛି। ଅଳଙ୍କାର ସ୍ଥାନାନ୍ତର ସରିବା ପରେ ଏଏସଆଇକୁ ଅବଗତ କରାଯିବ। ଏଏସଆଇ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରି ମରାମତି କାର୍ଯ୍ୟ କରିବେ। ରତ୍ନଭଣ୍ଡାରରୁ ଗୁପ୍ତ ସୁଡ଼ଙ୍ଗ ରହିଛି କି ନାହିଁ ଏଏସଆଇ ତାହାର ଯାଞ୍ଚ କରିବ ବୋଲି ଗଜପତି କହିଛନ୍ତି। ସେହିପରି ରତ୍ନଭଣ୍ଡାର ମରାମତି ପରେ ଯାଇ ରତ୍ନ ଅଳଙ୍କାରର ଗଣତି ମଣତି ହେବ । ମରାମତି ଶେଷ ନହେବା ପର୍ଯ୍ୟନ୍ତ ଗଣତି ମଣତି ହେଇପାରିବନି ବୋଲି ଗଜପତି କହିଛନ୍ତି ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories