www.samajalive.in
Saturday, December 6, 2025
14.1 C
Bhubaneswar

ବିଭିନ୍ନ ରୋଗ ଦାଉରୁ ରକ୍ଷା କରେ କମଳା

କମଳା ଏପରି ଏକ ଫଳ ଯାହାକୁ ପ୍ରାୟ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି। ଏହା ଖାଇବାକୁ ଯେତିକି ସୁସ୍ବାଦୁ ଶରୀର ପାଇଁ ମଧ୍ୟ ସେତିକି ଉପକାରୀ। କମଳାରେ ଅନେକ ପୋଷକ ତତ୍ତ୍ୱ ଗଚ୍ଛିତ ହୋଇ ରହିଛି। ଏଥିରେ ଲୌହ, ପୋଟାସିୟମ, କ୍ୟାଲସିୟମ୍, ଫ୍ରୁକ୍ଟୋଜ, ଡେକ୍ସଟ୍ରୋଜ, ଭିଟାମିନ-ଏ, ଭିଟାମିନ-ବି ଓ ଭିଟାମିନ-ସି ରହିଥାଏ। କମଳାର ଚୋପା ମଧ୍ୟ ଖୁବ୍ ଉପଯୋଗୀ। ତେବେ ଚାଲନ୍ତୁ ଜାଣିବା କମଳାର ଉପକାରୀତା ବିଷୟରେ –

ନିୟମିତ କମଳା ରସ ପିଇବା ଦ୍ବାରା ସର୍ଦ୍ଦି, କାଶ, ରକ୍ତସ୍ରାବ ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ। ରାତିରେ ଶୋଇବା ପୂର୍ବରୁ ଓ ଉଠିବା ପରେ କମଳା ଖାଇବା ଦ୍ୱାରା ଖାଦ୍ୟ ହଜମ ପ୍ରକ୍ରିୟା ସ୍ବାଭାବିକ ହୋଇଥାଏ। କମଳା ରସ ପିଇବା ଦ୍ୱାରା ଆଣ୍ଠୁ ଗଣ୍ଠି ଦରଜରୁ ମଧ୍ୟ ଆରାମ ମିଳିଥାଏ। ଆଖି ତଳର କଳାଦାଗରୁ ମୁକ୍ତି ପାଇବା ପାଇଁ କମଳା ରସରେ ତୁଳା ବୁଡାଇ ଆଖିତଳେ ଲଗାନ୍ତୁ। ଏହାର ପରିଣାମ ଖୁବଶୀଘ୍ର ଅନୁଭବ କରିପାରିବେ। କମଳା ଚୋପାକୁ ଶୁଖାଇ ଏହାକୁ ପୋଡିଲେ ଏଥିରୁ ଯେଉଁ ଧୂଆଁ ବାହାରେ ତାହାଦ୍ୱାରା ମଶାଙ୍କ ଦାଉରୁ ରକ୍ଷା ମିଳିଥାଏ। କମଳା ଚୋପା ବାଟି ଦେହରେ ଲଗାଇଲେ ଚର୍ମରୋଗ ଦୂର ହୁଏ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories