ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ଥିବା ପ୍ରାୟ ୯.୫୯ ଲକ୍ଷ ଟଙ୍କାର ନଗଦ ରାଶିରୁ କେନ୍ଦ୍ର ସରକାର ଭାଗ ମାଗିବା ପରେ ବିବାଦ ଉପୁଜିଛି। ଏହାର ପ୍ରଭାବ ଦେଶର ଅର୍ଥନୀତି ଓ ରାଜନୀତି ଉପରେ ପଡ଼ିଛି। ଏହି ପରିପ୍ରେକ୍ଷୀରେ ଆରବିଆଇର ସମ୍ପତ୍ତି କେତେ ଓ ଉତ୍ସ କଣ ତାହାକୁ ନେଇ ଆଲୋଚନା ହେଉଛି।
୨୦୧୭-୧୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆରବିଆଇର ବାଲାନ୍ସ ସିଟ୍ ପରିମାଣ ଥିଲା ୩୬.୨ ଲକ୍ଷ କୋଟି। ମୋଟ ଦେୟ ପରିମାଣର ଅଧା ନଗଦ ଆକାରରେ ମୁଦ୍ରଣ ହେଉଥିବା ବେଳେ ରିଜର୍ଭ ବା ଗଚ୍ଛିତ ଜମା ଭାବେ ମୋଟ ସମ୍ପତ୍ତି ପରିମାଣର ୨୬% ରହିଛି। ସେହିପରି ଆରବିଆଇ ପାଖରେ ୫୬୬ ଟନ୍ ସୁନା ରହିଛି। ଆରବିଆଇର ଆୟ କିନ୍ତୁ ଆସିଥାଏ ବିଭିନ୍ନ ବୈଦେଶିକ ଓ ଭାରତ ସରକାରଙ୍କ ସରକାରୀ ବଣ୍ଡରୁ ମିଳୁଥିବା ସୁଧ ଆକାରରେ। ମୋଟ ବ୍ୟୟ ବାଦ୍ ଦେବା ପରେ ତାହା ରିଜର୍ଭ ଫଣ୍ଡରେ ଗଚ୍ଛିତ ରହୁଛି।
ରିଜର୍ଭ ବା ଗଚ୍ଛିତ ପାଣ୍ଠିରେ ନଗଦ ଓ ସୁନାର ପରିମାଣ(କରେନ୍ସି ଆଣ୍ଡ ଗୋଲ୍ଡ ରିଭେଲ୍ୟୁସନ୍ ଆକାଉଣ୍ଟ)ର ପରିମାଣ ହେଉଛି ୬.୯ ଲକ୍ଷ କୋଟି ଟଙ୍କା। ଭାରତ ସରକାରଙ୍କ ପ୍ରତିନିଧି ଭାବରେ ଆରବିଆଇ ଏତିକି ପରିମାଣର ସୁନା ଓ ନଗଦ ଟଙ୍କା ଗଚ୍ଛିତ ରଖୁଛି। ବଜାର ମୂଲ୍ୟ ଆଧାରରେ କରେନ୍ସି ଆଣ୍ଡ ଗୋଲ୍ଡ ରିଭେଲ୍ୟୁସନ୍ ଆକାଉଣ୍ଟ ପରିମାଣରେ ବୃଦ୍ଧି ବା ହ୍ରାସ ଘଟୁଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଡଲାର ତୁଳନାରେ ଟଙ୍କାର ଅବମୂଲ୍ୟାୟନ ଯୋଗୁଁ ଆଉକଣ୍ଟରେ ୩୦.୫% ବୃଦ୍ଧି ଘଟିଥିଲା।
ଆରବିଆଇର କଣ୍ଟଜେନ୍ସି ଫଣ୍ଡର ମୂଲ୍ୟ ହେଉଛି ୨.୩ଲକ୍ଷ କୋଟି ବା ମୋଟ ସମ୍ପତ୍ତିର ୬.୪%। ନଗଦ ସଙ୍କଟ, ମୁଦ୍ରାସ୍ଫୀତି ଓ ମୁଦ୍ରା ସଙ୍କଟ ବେଳେ ଏହି ପାଣ୍ଠି ବିିନିଯୋଗ ହୁଏ। ୨୦୧୭-୧୮ ଆର୍ଥିକ ବର୍ଷର ପୂର୍ବ ତିନିବର୍ଷ ଧରି କଣ୍ଟିଜେନ୍ସ ଫଣ୍ଡକୁ କରେନ୍ସି ଆଣ୍ଡ ଗୋଲ୍ଡ ରିଭେଲ୍ୟୁସନ୍ ଆକାଉଣ୍ଟରୁ ସ୍ଥାନାନ୍ତର କରାଯାଇନଥିଲା। କଣ୍ଟିଜେନ୍ସି ଫଣ୍ଡକୁ ଯେତେ ଅଧିକ ସ୍ଥାନାନ୍ତର ହୁଏ ଆୟ ପରିମାଣ ସେତିକି କମ୍ ପ୍ରଦର୍ଶିତ ହୁଏ।
କେତେ ସମ୍ପତ୍ତିର ଅଧିକାରୀ ଆରବିଆଇ?
Popular Categories



