www.samajalive.in
Saturday, December 6, 2025
26.1 C
Bhubaneswar

ବିଜେପି ମନ୍ତ୍ରୀଙ୍କ ଇଭିଏମ୍‍ ପୂଜା

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନର ଦି୍ୱତୀୟ ପର୍ଯ୍ୟାୟ ମତଦାନରେ ଜଣେ ବିଜେପି ମନ୍ତ୍ରୀଙ୍କ ଇଭିଏମ ପୂଜା ବେଶ୍‍ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ମଙ୍ଗଳବାର ମତଦାନ ସମୟରେ ବିଜେପି ମନ୍ତ୍ରୀଙ୍କ ଇଭିଏମ ପୂଜାର୍ଚ୍ଚନା ସୋସିଆଲ ମିଡିଆରେ ବେଶ୍‍ ଚର୍ଚ୍ଚିତ ହୋଇଛି। ବେମେତରା ଜିଲାର ନବାଗଡ଼ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ତଥା ରମଣ ସିଂହଙ୍କ ସରକାରରେ ମନ୍ତ୍ରୀ ଥିବା ଦୟାଲଦାସ ବଘେଲ ସକାଳୁସକାଳୁ ମତଦାନ କେନ୍ଦ୍ରରେ ସଫା ଲୁଗା ପିନ୍ଧି ପହଞ୍ଚି ଥିଲେ। ମତଦାନ କରିବା ପୂର୍ବରୁ ପ୍ରଥମେ ଧୂପ ଲଗାଇ ଇଭିଏମକୁ ପୂଜା କରିବା ପରେ ସେଠାରେ ନଡ଼ିଆ ଭାଙ୍ଗି ପୂଜାର୍ଚ୍ଚନା କରିଥିଲେ। ପ୍ରାର୍ଥୀଙ୍କ ଏଭଳି କାରନାମାକୁ ଆଶ୍ଚର୍ଯ୍ୟ ହୋଇ ନିର୍ବାଚନ ପରିଚାଳନା କରୁଥିବା ଅଧିକାରୀ ଦେଖୁଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories