www.samajalive.in
Monday, December 15, 2025
24.1 C
Bhubaneswar

ବିଶ୍ଵ ସୁନ୍ଦରୀ ମୁକୁଟ ପିନ୍ଧିଲେ ଓପଲ ସୁଚାତା

ସମାଜ ଡିଜିଟାଲ ଡେସ୍କ: ୨୦୧୫ର ବିଶ୍ଵ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି ଥାଇଲାଣ୍ଡ ଯୁବତୀ ଓପଲ ସୁଚାତା ଚୁଆଙ୍ଗ୍ସରି। ହାଇଦ୍ରାବାଦର ହିଟେକ୍ସ କନଭେନସନ ସେଣ୍ଟରରେ ଆୟୋଜିତ ଗ୍ରାଣ୍ଡ ଫିନାଲେ ପର୍ଯ୍ୟାୟରେ ଓପଲ ମିସ୍‌ ଓ୍ବାର୍ଲ୍ଡ ୨୦୨୫ ଟାଇଟଲ ହାତେଇବାରେ ସଫଳ ହୋଇଛନ୍ତି। ଭାରତର ନନ୍ଦିନୀ ଗୁପ୍ତା ଟାଇଟଲ ଆଶାୟୀ ରହିଥିଲେ। ହେଲେ ଚୂଡ଼ାନ୍ତ ୮ରୁ ସେ ବାହାର ହୋଇଯାଇଥିଲେ।

ସୁଚାତା ଚୁଆଙ୍ଗ୍ସରି ୨୦୦୩ ସେପ୍ଟେମ୍ବର ୨୦ରେ ଥାଇଲାଣ୍ଡରେ ଜନ୍ମଗ୍ରହଣ କରିଛନ୍ତି। ସେ ଥାଇଲାଣ୍ଡର ଜଣେ ପ୍ରସିଦ୍ଧ ମଡେଲ ସାଙ୍ଗକୁ ଥାଇ ବ୍ୟୁଟି ପିଜାଣ୍ଟ ଟାଇଟଲ ହାସଲ କରିଛନ୍ତି। ମିସ୍‌ ଓ୍ବାର୍ଲ୍ଡ ଟାଇଟଲ ହାସଲ କରିବାରେ ସୁଚାତା ହେଉଛନ୍ତି ଥାଇଲାଣ୍ଡର ପ୍ରଥମ ମହିଳା। ଏହା ପୂର୍ବରୁ​‌ ସେ ମିସ୍ ୟୁନିଭର୍ସ ଥାଇଲାଣ୍ଡ ୨୦୨୪ ଟାଇଟଲ ଜିତିଥିଲେ। ଏହାବ୍ୟତୀତ ସେ ୨୦୨୪ ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୩ୟ ରନର୍ସଅପ ରହିଥିଲେ। ସୁଚାତା ଜଣେ ବ୍ୟବସାୟୀ ପରିବାରରୁ ଆସିଛନ୍ତି। ରାଜନୀତି(ପଲିଟିକ୍ସ) ଏବଂ ଇଣ୍ଟରନ୍ୟାସନାଲ ରିଲେସନ୍ସରେ ସେ ଡିଗ୍ରୀ ହାସଲ କରିଛନ୍ତି।

- Advertisement -

ଅନ୍ୟପଟେ ୨୧ ବର୍ଷୀୟା ଭାରତୀୟ ଯୁବତୀ ନନ୍ଦିନୀ ଗୁପ୍ତା ଚଳିତ ମିସ୍ ଓ୍ବାର୍ଲ୍ହ ପ୍ରତିଯୋଗିତା ଟାଇଟଲ ପାଇଁ ଦାବିଦାର ରହିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସେ ଚୂଡ଼ାନ୍ତ ୮ରୁ ବାଦ୍‌ ପଡ଼ିତିଲେ। ରାଜସ୍ଥାନର କୋଟା ସହର ନିବାସୀ ନନ୍ଦିନୀ ୨୦୨୩ରେ ଫେମିନା ମିସ୍‌ ଇଣ୍ଡିଆ ଓ୍ବାର୍ଲ୍ଡ ଟାଇଟଲ ହାତେଇଥିଲେ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories