ଅନଲାଇନ ମାଧ୍ୟମରେ ଜାଣନ୍ତୁ ଗ୍ୟାସ ସିଲିଣ୍ଡର ସବ୍‍ସିଡି

0

ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ସବ୍‍ସିଡି ବା ରିହାତି ସରକାର ଦେଇଥାନ୍ତି। ଏହି ଟଙ୍କା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦିଆଯାଇଥାଏ। ଏମିତି କିଛି ଉପଭୋକ୍ତା ଅଛନ୍ତି ଯେଉଁମାନେ ଆଜି ପର୍ଯ୍ୟନ୍ତ ଜାଣି ନାହାନ୍ତି ଯେ ସବସିଡି ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସୁଛି କି ନାହିଁ। ଅନେକ ଲୋକଙ୍କୁ ଜଣା ନାହିଁ ଯେ ସବସିଡି ବାବଦକୁ କେତେ ଟଙ୍କା ଦିଆଯାଇଥାଏ। ଗ୍ୟାସ ସିଲିଣ୍ଡର ଉପରେ ସବସିଡି ଠିକ ମିଳୁଛି କି ନାହିଁ ଓ କେତେ ମିଳୁଛି ତାହା ଅନଲାଇନ ମାଧ୍ୟମରେ ଜାଣି ପାରିବେ।

prayash


ସବସିଡି ବାବଦ ତଥ୍ୟ ଜାଣିବାର ପ୍ରଣାଳୀ: ପ୍ରଥମେ www.mylpg.in ସାଇଟକୁ ଯାଆନ୍ତୁ। ତାପରେ ଯେଉଁ କମ୍ପାନୀର ସିଲିଣ୍ଡର ବ୍ୟବହାର କରୁଛନ୍ତି ତାର ଫଟୋ ଉପରେ କ୍ଲିକ୍‍ କରନ୍ତୁ। ତାପରେ ଅନେକ ଗୁଡିଏ ବିକଳ୍ପ ମଧ୍ୟରୁ ଅଡିଟ୍‍ ଡିଷ୍ଟିବ୍ୟୁଟର ଉପରେ କ୍ଲିକ୍‍ କରନ୍ତୁ। ତାପରେ ନିଜର ରାଜ୍ୟ,ଜିଲା,ବିତରକଙ୍କ ନାମକୁ ଚୟନ କରନ୍ତୁ। ଗୋଟିଏ ସିକ୍ୟୁରିଟି କୋଡ୍‍ ଆସିବା ପରେ ତାକୁ ପୂରଣ କରି ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରନ୍ତୁ। ଅନ୍ୟ ଏକ ପୃଷ୍ଠା ଆସିବା ପରେ ଟଙ୍କା ପଠାଇବାର ନିର୍ଦ୍ଦେଶ ଉପରେ କ୍ଲିକ୍‍ କରନ୍ତୁ। ତାପରେ ସିକ୍ୟୁରିଟି କୋଡ୍‍ କୁ ଆଉ ଥରେ ପୂରଣ କରି ଆଗକୁ ଯାଆନ୍ତୁ। ତାପରେ ଆପଣଙ୍କ ସବସିଡ ବାବଦ ସମ୍ପୁର୍ଣ୍ଣ ତଥ୍ୟ ଉପଲବ୍ଧ ହେବ।


ସବସିଡି ମିଳୁ ନ ଥିଲେ ଅଭିଯୋଗ କିପରି କରିବେ:
ଆପଣଙ୍କ ଗ୍ୟାସ ସିଲିଣ୍ଡରରେ ସବସିଡି ମିଳୁ ନ ଥିଲେ ଅନଲାଇନ ମାଧ୍ୟମରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପାଇଁ www.mylpg.in କୁ ଯାଇ Give your feedback onlineରେ ନିଜର ଅଭିଯୋଗ ଲେଖନ୍ତୁ। ଏହା ସହିତ ଆପଣ ମଧ୍ୟ ୧୮୦୦୨୩୩୩୫୫୫ ଦେୟମୁକ୍ତ ନମ୍ବରକୁ ଫୋନ କରି ଅଭିଯୋଗ ଦାଖଲ କରିପାରିବେ।

Leave A Reply