www.samajalive.in
Tuesday, December 9, 2025
26.1 C
Bhubaneswar

ମମିତା ମେହେର ହତ୍ୟା ଘଟଣା: ବିଜେପି ପକ୍ଷରୁ ୧୨ ଘଣ୍ଟା ସମ୍ବଲପୁର ବନ୍ଦ

ସମ୍ବଲପୁର :  ରାଜ୍ୟର ବହୁଚର୍ଚ୍ଚିତ  ମମିତା ମେହେର ହତ୍ୟାକାଣ୍ଡକୁ ବିରୋଧ କରି ଆଜି ସମ୍ବଲପୁରରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ଜିଲା ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦର ପ୍ରଭାବ ସମ୍ବଲପୁର ଜିଲାରେ ବେଶ ଦେଖିବାକୁ ମିଲିଥିଲା । ଜିଲାବ୍ୟାପୀ ଏହି  ବନ୍ଦ ଡାକରା ମାଧ୍ୟମରେ ସମ୍ବଲପୁର ଜିଲା ବିଜେପି ଶାଖା ପକ୍ଷରୁ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ, ରାଜ୍ୟର ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କର ବହିଷ୍କାର, ଦିବ୍ୟଶଙ୍କର ମିଶ୍ର ଓ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ତଦନ୍ତ ପରିଷରଭୁକ୍ତ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା, ପିଡିତା ପରିବାରଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତି ପୁରଣ ପ୍ରଦାନ କରିବା, ପିଡିତାଙ୍କ ପରିବାରରୁ ଜଣଙ୍କୁ ସରକାରୀ ଚାକିରୀରେ ନିଯୁକ୍ତି ପ୍ରଦାନ କରିବା ପ୍ରମୁଖ ଦାବି କରାଯାଇଛି ।

ସମ୍ବଲପୁର ବିଜେପିର ବନ୍ଦ ପାଲନ ଯୋଗୁ ସହର ସମେତ ଜିଲାର ସବୁ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ , ସରକାରୀ କାର୍ଯ୍ୟାଳୟ , କୋଟ, ବ୍ୟାଙ୍କ, ବିମା କାର୍ଯ୍ୟାଳୟ , ପେଟ୍ରୋଲ ପମ୍ଫ, ବସ ସେବା ସବୁ ବନ୍ଦ ରହିଥିଲା । ଆନ୍ଦୋଳନକାରୀ ମାନେ ଜିଲାର ସମସ୍ତ ପ୍ରମୁଖ ସ୍ଥାନ ଓ ଛକ ଗୁଡିକରେ ପିକେଟିଂ କରିଥିଲେ ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories