www.samajalive.in
Monday, December 15, 2025
16.1 C
Bhubaneswar

ସେବକ ଟାଣିବେ ରଥ, ଦକ୍ଷିଣମୋଡ଼ କରିବେ ପୁଲିସ

ପୁରୀ: ଚଳିତବର୍ଷ କେବଳ ଶ୍ରୀମନ୍ଦିର ସେବାୟତ ଟାଣିବେ ତିନିରଥ। ଏଥିପାଇଁ ଅନ୍ୟ କାହାରିକୁ ଅନୁମତି ଦିଆଯିବ ନାହିଁ। ରଥଯାତ୍ରାରେ ସଂପୃକ୍ତ ସବୁ ସେବକଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ତୁଣ୍ଡି ଏବଂ ଗାମୁଛା ଯୋଗାଇ ଦିଆଯିବ। ଶନିବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ସେଥିରେ ଅଧ୍ୟକ୍ଷତା କରିଥିଲେ। ଶ୍ରୀଗୁଣ୍ଡିଚା, ବାହୁଡା, ଅଧରପଣା ଭୋଗ, ସୁନାବେଶ ଏବଂ ନୀଳାଦ୍ରି ବିଜେ ନୀତି ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ କରିବାକୁ ସେବାୟତଙ୍କ ସହଯୋଗ ଲୋଡ଼ିଛି ମନ୍ଦିର ପ୍ରଶାସନ।

ସ୍ବତନ୍ତ୍ର ରିଲିଫ କମିଶନର ଜାରି କରିଥିବା କଟକଣା କଡାକଡି କାର୍ଯ୍ୟକାରୀ ପାଇଁ ସେଥିରେ ସ୍ଥିର କରାଯାଇଛି। ରଥ ଦକ୍ଷିଣମୋଡ ସମୟରେ ପୁଲିସ ବାହିନୀର ସହଯୋଗ ନିଆଯିବ। ରଥ ଦଉଡି ଛୁଇଁବାକୁ ଅନ୍ୟ କାହାରିକୁ ଅନୁମତି ଦିଆଯିବ ନାହିଁ। ସେବାୟତଙ୍କ ଦ୍ବିତୀୟ କରୋନା ଟିକା ରଥଯାତ୍ରା ପୂର୍ବରୁ ଦିଆଯିବ। ମନ୍ଦିର ପ୍ରଶାସନ ନିକଟରେ ୬ହଜାର ଲିଟର ସାନିଟାଇଜର ମହଜୁଦ ରହିଥିବା ମୁଖ୍ୟ ପ୍ରଶାସକ କହିଛନ୍ତି। ପ୍ରବଳ ଖରା ହେଉଥିବାରୁ ରଥଯାତ୍ରାରେ ସାମିଲ ହେଉଥିବା ସେବାୟତଙ୍କ ପାଇଁ ୨୦ଟି ଅସ୍ଥାୟୀ ବିଶ୍ରାମସ୍ଥଳ ନିର୍ମାଣ କରାଯିବ। ଆଶୁଚିକିତ୍ସା କେନ୍ଦ୍ର ଖୋଲାଯିବା ସହ ପାନୀୟ ଜଳ ଯୋଗାଇ ଦିଆଯିବ। ଶ୍ରୀଗୁଣ୍ଡିଚା ଦିନ ତିନିରଥ ଶରଧାବାଲିରେ ପହଞ୍ଚିବା ପରେ ସେବାୟତଙ୍କ ଫେରିବା ପାଇଁ ୨୬ଗୋଟି ଗାଡି ଯୋଗାଇ ଦିଆଯିବ। ଏଥିପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। କୋଭିଡ କଟକଣା ମଧ୍ୟରେ ରଥଯାତ୍ରା ହେଉଥିବାରୁ ଜନସାଧାରଣ ସହଯୋଗ କରିବାକୁ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି।

- Advertisement -

ସିଧା ପ୍ରସାରଣ ମାଧ୍ୟମରେ ଭକ୍ତମାନେ ଘରେ ରହି ରଥଯାତ୍ରା ଏବଂ ସୁନାବେଶ ଦର୍ଶନ କରିପାରିବେ ବୋଲି ଡଃ କୁମାର କହିଛନ୍ତି। ତେଣୁ ସୁନ୍ଦରଭାବେ ଯେପରି ବ୍ୟବସ୍ଥା କରାଯିବ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି। ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିଜେ କରିଥିବା ବେଳେ ବସ୍‌ଷ୍ଟାଣ୍ଡ ପରିସରରେ ମହାପ୍ରସାଦ ଯୋଗାଇବା ବ୍ୟବସ୍ଥା କରାଯିବ। ଜଣେ ଅତିରିକ୍ତ ଜିଲାପାଳ ଏହି ଦାୟିତ୍ବରେ ରହିବେ। ଆଗ୍ରହୀ ବ୍ୟକ୍ତିମାନେ ସେଠାରେ ବରାଦ ଦେଇ ବୋଝିଆଙ୍କ ମାଧ୍ୟମରେ ମହାପ୍ରସାଦ କିଣିପାରିବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ରୁପା କବାଟ ନିର୍ମାଣ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି। ୮ଟି କବାଟ ମଧ୍ୟରୁ ତିନୋଟି କବାଟ କାମ କରାଯାଉଛି। ଶ୍ରୀମନ୍ଦିର ଆଲୋକୀକରଣ ପ୍ରସ୍ତାବ ବୈଠକରେ ଅନୁମୋଦନ କରାଯାଇଛି। କାର୍ଯ୍ୟ ତଦାରଖ ପାଇଁ ମନ୍ଦିର ଯନ୍ତ୍ରୀ ଏବଂ ସେବାୟତଙ୍କୁ ନେଇ କମିଟି ଗଠନ କରାଯାଇଛି।

ଏଏସ୍‌ଆଇ ପକ୍ଷରୁ ଶ୍ରୀମନ୍ଦିର ମରାମତି ସମେତ ରତ୍ନସିଂହାସନ ଲେଜର୍‌ ସ୍କାନିଂ କରାଯିବା ସମୟରେ ସେବାୟତ ପ୍ରତିନିଧି ରହିବେ ବୋଲି ସେ କହିଛନ୍ତି। ରତ୍ନଭଣ୍ଡାର ଲେଜର୍‌ ସ୍କାନିଂ କରାଗଲେ ତାହାର ପ୍ରକୃତ ସ୍ଥିତି ଜଣାପଡିବ। ଏଥିନେଇ ଯଦି କୌଣସି ସେବାୟତଙ୍କର ସନ୍ଦେହ ଥାଏ ପ୍ରଶାସନ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଏ ସମ୍ପର୍କରେ ଲୋକଙ୍କୁ ବୁଝାଇବା ପାଇଁ ୨ଜଣ ଯନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି। ଜିଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ କନୱର ବିଶାଲ ସିଂହ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ସମେତ ବିଭିନ୍ନ ସେବାୟତ ନିଯୋଗ କର୍ମକର୍ତ୍ତା ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories