www.samajalive.in
Monday, December 15, 2025
24.1 C
Bhubaneswar

ବ୍ରାଜିଲ-ପେରୁ ସେମିଫାଇନାଲ, କ୍ବାର୍ଟରରୁ ହାରି ବିଦାୟ ନେଲେ ଚିଲି ଓ ପାରାଗୁଏ

ରିଓ ଡି ଜେନେରିଓ: ଚଳିତ କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଗତଥରର ଚମ୍ପିଆନ ତଥା ଆୟୋଜକ ବ୍ରାଜିଲ ଓ ପେରୁ ମଧ୍ୟରେ ମୁକାବିଲା ହେବ। ଏହି ସେମିଫାଇନାଲ ମ୍ୟାଚ ମଙ୍ଗଳବାର ଖେଳାଯିବ। ଶନିବାର ୨ଟି କ୍ବାର୍ଟରଫାଇନାଲରେ ପେରୁ ଓ ବ୍ରାଜିଲ ବିଜୟୀ ହୋଇ ସେମିରେ ପହଞ୍ଚିଛନ୍ତି। ପୂର୍ବତନ ଚମ୍ପିଆନ ପାରାଗୁଏ ଓ ଚିଲି ବିଦାୟ ନେଇଛନ୍ତି।

ପ୍ରଥମ କ୍ବାର୍ଟରଫାଇନାଲରେ ପେରୁ ​‌ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ୪-୩ ଗୋଲ୍‌ରେ ପାରାଗୁଏକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟ ୩-୩ ଗୋଲରେ ଶେଷହେବାରୁ ଅତିରିକ୍ତ ସମୟ ଖେଳା ଯାଇଥିଲା। ଏଥିରେ ଗୋଲ୍ ହୋଇନଥିଲା। ‌ପରେ ପେନାଲ୍‌ଟି ସୁଟ୍‌ଆଉଟ୍‌ ହୋଇଥିଲା। ଏଥିରେ ପେରୁ ୪ଟି ଗୋଲ ସ୍କୋର କରିଥିବା ବେଳେ ପାରାଗୁଏ ୩ଟି ଗୋଲ୍‌ ଦେଇ ପାରିଥିଲା। ମ୍ୟାଚ୍‌ର ୧୧ ମିନିଟ୍‌ରେ ପାରାଗୁଏର ହେକ୍ଟର ମାର୍ଟିନେଜ୍‌ଙ୍କ ସଟ୍‌ ପେରୁ ଗୋଲ୍‌ରକ୍ଷକ ରୋକି ଦେଇଥିବା ବେଳେ ସମ୍ମୁଖରେ ଥିବା ପାରାଗୁଏର ଗୋଷ୍ଟଭା ଗୋମେଜ୍‌ଙ୍କ ଗୋଡ଼ରେ ବାଜି ବଲ୍‌ ଗୋଲ୍‌ ମଧ୍ୟକୁ ପଶି ଯାଇଥିଲା। ୨୧ ମିନିଟ୍‌ରେ ପାରାଗୁଏର ଗୁଷ୍ଟାଭୋ ଗୋମେଜ୍‌ଙ୍କ ଆତ୍ମଘାତୀ ଗୋଲ୍‌ ଯୋଗୁଁ ସ୍କୋର୍ ୧-୧ ହୋଇଥିଲା। ୪୦ ମିନିଟ୍‌ରେ ପେରୁର ଜିଆନ୍‌ଲୁକା ଲାପାଡୁଲା ଗୋଲ ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧରେ ପେରୁ ୨-୧ ଗୋଲରେ ଆଗୁଆ ଥିଲା। ୫୪ ମିନିଟ୍‌ରେ ପାରାଗୁଏ ପକ୍ଷରୁ ଜୁନିୟର ଆଲୋଁସୋ ଗୋଲ୍‌ଦେଇ ସ୍କୋର୍‌କୁ ୨-୨ କରିଥିଲେ। ୮୦ ମିନିଟ୍‌ରେ ପେରୁର ଯୋସିମାର୍‌ ୟୋତୁନ୍ ଗୋଲ୍‌ଦେଇ ଦଳକୁ ୩-୨ରେ ଆଗୁଆ କରିଥିଲେ। ଖେଳ ଶେଷ ହେବାକୁ କିଛି ସେକେଣ୍ଡ ବାକିଥିବା ବେଳେ ପାରାଗୁଏ ଗୋଲ୍‌ଦେଇ ସ୍କୋର୍‌କୁ ୩-୩ କରିଥିଲା। ଗ୍ରାବିଏଲ ଆଭାଲସ୍‌ ଏହି ଗୋଲ୍‌ଟି ଦେଇଥିଲେ। ପରେ ପେନାଲ୍‌ଟିରେ ପେରୁ ୪-୩ରେ ଜିତିଥିଲା।

- Advertisement -

୨ୟ କ୍ବାର୍ଟରଫାଇନାଲରେ ଘରୋଇ ବ୍ରାଜିଲ ୧-୦ ଗୋଲରେ ଚିଲିକୁ ପରାସ୍ତକରି ସେମିଫାଇନାଲରେ ପହଞ୍ଚିଛି। ବ୍ରାଜିଲକୁ ଚିଲି ପ୍ରାରମ୍ଭରୁ କଡା ଟକ୍କର ଦେଇଥିଲା। ପ୍ରଥମାର୍ଦ୍ଧରେ କେହି କାହାରିକୁ ଗୋଲ ଦେଇ ପାରିନଥିଲେ। ୪୮ ମିନିଟ୍‌ରେ ବ୍ରାଜିଲର ତାରକା ଖେଳାଳି ନିଏମାରଙ୍କ ଏକ ପାସ୍‌କୁ ଲୁକାସ୍‌ ପାକ୍ୟୁଟା ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ୨ ମିନିଟ୍‌ ପରେ ବ୍ରାଜିଲ ୧୦ ଜଣ ଖେଳାଳିଙ୍କୁ ନେଇ ଅବଶିଷ୍ଟ ସମୟ ଖେଳିଥିଲା। ୫୦ ମିନିଟ୍‌ରେ ଗାବ୍ରିଏଲ୍‌ ଜିଜୁସ୍‌ ନାଲି କାର୍ଡ ପାଇ ପଡ଼ିଆ ଛାଡ଼ିଥିଲେ। ଚାପରେ ଥିବା ବ୍ରାଜିଲ ୧୦ଜଣଙ୍କୁ ନେଇ ଚିଲି ଖେଳାଳିଙ୍କ ଆକ୍ରମଣକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିଲା। ୯ ଥରର ଚମ୍ପିଆନ୍ ବ୍ରାଜିଲ କ୍ରମାଗତ ୧୧ଟି ମ୍ୟାଚରେ ଅପରାଜିତ ରହିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories