www.samajalive.in
Sunday, December 14, 2025
19.1 C
Bhubaneswar

ଘୋଷଯାତ୍ରା ନିଷ୍ପତ୍ତି, ବଡ଼ଦାଣ୍ଡ କୋଠାରେ ରହିବେନି ବାହାର ଲୋକ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଏବଂ ବାହୁଡାଯାତ୍ରା ଦିନ ବଡ଼ଦାଣ୍ଡ ଦୁଇପାର୍ଶ୍ବ କୋଠାରେ ରହିପାରିବେ ନାହିଁ ବାହାର ଲୋକ। ଯଦି କୌଣସି ହୋଟେଲ, ଲଜିଂ କିମ୍ବା ଘରମାଲିକ ଏହି କଟକଣା ଉଲ୍ଲଙ୍ଘନ କରନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରଥଟଣା ସମୟରେ କୌଣସି ବ୍ୟକ୍ତି ଘର ଛାତ କିମ୍ବା ଘର ବାରଣ୍ଡାରେ ଛିଡ଼ା ହୋଇପାରିବେ ନାହିଁ। ଜିଲାପାଳ ସମର୍ଥ ବର୍ମା ଏହି କଟକଣା ସମ୍ପର୍କରେ ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଲେ କରୋନା କଟକଣା ସହ ବିନାଭକ୍ତରେ ରଥଯାତ୍ରା ପାଇଁ ସରକାର ନିର୍ଦେଶ ଦେଇଥିବାରୁ ରଥଯାତ୍ରା ପୂର୍ବଦିନଠାରୁ ବଡ଼ଦାଣ୍ଡରେ ୧୪୪ଧାରା ଜାରି କରାଯିବ। ବଡ଼ଦାଣ୍ଡକୁ ଯିବାପାଇଁ କୌଣସି ଅଣସେବାୟତ ଭକ୍ତଙ୍କୁ ଅନୁମତି ଦିଆଯିବ ନାହିଁ।

ଏଥିପାଇଁ ବଡ଼ଦାଣ୍ଡକୁ ସଂଯୋଗ କରିଥିବା ସମସ୍ତ ସାହି ଓ ଗଳି ରାସ୍ତାରେ ବାଡ଼ କରାଯିବା ସହ ପୁଲିସ ବଳ ମୁତୟନ କରାଯିବ। ସେହିପରି ବିନା ଭକ୍ତରେ ଶ୍ରୀଜୀଉଙ୍କ ସୁନାବେଶ, ଅଧରପଣା ଭୋଗ ଏବଂ ନୀଳାଦ୍ରି ବିଜେ କରାଯିବ ବୋଲି ଜିଲାପାଳ କହିଛନ୍ତି। ରଥଯାତ୍ରା ସମୟରେ ପୁରୀରେ ସାନ୍ଧ୍ୟ ଆଇନ ଜାରି କରାଯିବ। ବାହାର ଲୋକଙ୍କୁ ହୋଟେଲ, ଲଜିଂ, ଧର୍ମଶାଳା କିମ୍ବା ଘରେ ଶ୍ରୀଗୁଣ୍ଡିଚା ଏବଂ ବାହୁଡା ଦିନ ନରଖିବା ପାଇଁ ଜିଲା ପ୍ରଶାସନ ପରାମର୍ଶ ଦେଇଛି। ଆଗାମୀ ୧୨ତାରିଖ ଦିନ ଦାରୁବ୍ରହ୍ମଙ୍କ ଶ୍ରୀଗୁଣ୍ଡିଚାଯାତ୍ରା ଅନୁଷ୍ଠିତ ହେବ। ୧୦ତାରିଖ ସୁଦ୍ଧା ସେବାୟତ, ମନ୍ଦିର ପ୍ରଶାସନ କର୍ମଚାରୀ, ପୁଲିସ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ବିଭିନ୍ନ ଦାୟିତ୍ବରେ ଥିବା ଅଧିକାରୀଙ୍କ କରୋନା ପରୀକ୍ଷା କରାଯିବ। ସେଥିରୁ କରୋନାରେ ସଂକ୍ରମିତ ହୋଇନଥିବା ବ୍ୟକ୍ତିଙ୍କୁ ରଥଯାତ୍ରାରେ ଅଂଶଗ୍ରହଣ ପାଇଁ ଅନୁମତି ଦିଆଯିବ। ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଭକ୍ତଶୂନ୍ୟ ଏବଂ କରୋନା କଟକଣାଯୁକ୍ତ ରଥଯାତ୍ରା କରାଯିବ। ପୁରୀ ସହରବାସୀ ଏକ୍ଷେତ୍ରରେ ପ୍ରଶାସନକୁ ସହଯୋଗ କରିବାକୁ ଜିଲାପାଳ ଶ୍ରୀ ବର୍ମା ଅନୁରୋଧ କରିଛନ୍ତି। ସେ କହିଲେ ଶ୍ରୀଜଗନ୍ନାଥ ମନ୍ଦିରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଥିବା ୨୪୧ ଘର ସମେତ ହୋଟେଲ ଓ ଯାତ୍ରୀରହଣି ସ୍ଥାନ ଗୁଡିକୁ ଚିହ୍ନଟ କରାଯାଇଛି। ରଥଯାତ୍ରା ପୂର୍ବଦିନ ହୋଟେଲ, ଲଜିଂ ଏବଂ ଧର୍ମଶାଳା ଗୁଡିକୁ ଖାଲି କରାଯିବ।

- Advertisement -

ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ କହିଲେ ରଥଯାତ୍ରା ପରିଚାଳନା ପାଇଁ ୭୦ପ୍ଲାଟୁନ ପୁଲିସ ବଳ ଏବଂ ୫ଶହରୁ ଊର୍ଦ୍ଧ୍ବ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯିବ। କୌଣସି ବ୍ୟକ୍ତିଙ୍କୁ ବଡ଼ଦାଣ୍ଡକୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ। ଶ୍ରୀଗୁଣ୍ଡିଚା, ବାହୁଡା ଏବଂ ସୁନାବେଶ ଦିନ ପୁରୀକୁ ରେଳଗାଡି ଏବଂ ବସ୍‌ ଚଳାଚଳ ବନ୍ଦ ରହିବ। ପୁରୀ-ଭୁବନେଶ୍ବର, ପୁରୀ-କୋଣାର୍କ ଏବଂ ପୁରୀ-ସାତପଡା ଜାତୀୟ ରାଜପଥରେ ବ୍ୟାରିକେଡ୍‌ କରାଯାଇ ପୁରୀ ସହରକୁ ବାହାର ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଏଥିପାଇଁ ସ୍ବତନ୍ତ୍ର ସୁରକ୍ଷା ଯୋଜନା ପ୍ରସ୍ତୁତ କରାଯାଇଥିବା ଏସ୍‌ପି ଶ୍ରୀ ସିଂହ ପ୍ରକାଶ କରିଛନ୍ତି। ସେ କହିଲେ ଜଳପଥରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଏଥିପାଇଁ ପୁଲିସ ଏବଂ ତଟରକ୍ଷୀ ବାହିନୀ ମିଳିତ ଭାବେ ସମୁଦ୍ରରେ ପଇଁତରା କରିବେ। ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ କ୍ଲୋଜସର୍କିଟ କ୍ୟାମେରା ଲଗାଯାଇ ଲୋକଙ୍କ ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖାଯିବାକୁ ସ୍ଥିର କରାଯାଇଛି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories