www.samajalive.in
Sunday, December 14, 2025
26.1 C
Bhubaneswar

ରଥରେ ସେବାୟତଙ୍କୁ ସେଲ୍‌ଫି, ଭିଡିଓ ରେକର୍ଡିଂ ମନା

ପୁରୀ: ରଥ ଉପରେ ମୋବାଇଲ ଫୋନରେ ସେଲ୍‌ଫି (ନିଜର ଚିତ୍ର ଉତ୍ତୋଳନ) ଏବଂ ଭିଡିଓ ରେକର୍ଡିଂ (ଦୃଶ୍ୟ ଉତ୍ତୋଳନ) ସମ୍ପୂର୍ଣ୍ଣ ନିଷେଧ କରିଛି ଶ୍ରୀମନ୍ଦିର ପ୍ରଶାସନ। ଚଳିତବର୍ଷ ଏହି ନିଷ୍ପତ୍ତି କଡାକଡି କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତି। ତେଣୁ ରଥ ଉପରକୁ ସେବାୟତମାନେ ଯିବାବେଳେ ମୋବାଇଲ ଫୋନ ଯାଞ୍ଚ କରାଯିବ। ଛତିଶା ନିଯୋଗ ବୈଠକରେ ଏଥିନେଇ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଛି।

ରଥଯାତ୍ରା ସମୟରେ କୌଣସି ସେବାୟତ ଯଦି ପରିବାର ସହ କଥାହେବାକୁ ଚାହିଁବେ ତାଙ୍କୁ କ୍ୟାମେରା ନଥିବା ମୋବାଇଲ ଫୋନ ଦିଆଯିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ସେହିପରି ବିନାଭକ୍ତରେ ରଥଯାତ୍ରା ହେଉଥିବାରୁ କୌଣସି ସେବାୟତ ଠାକୁରଙ୍କ ସମ୍ମୁଖରେ ଛିଡା ନହେବାକୁ ପରାମର୍ଶ ଦିଆଯାଇଛି। କେଉଁ ରଥରେ କେଉଁ ନିଯୋଗର କେତେ ସେବାୟତ ରହିବେ ଶ୍ରୀମନ୍ଦିର ସ୍ବତ୍ବଲିପିକୁ ଭିତ୍ତିକରି ଖୁବ୍‌ଶୀଘ୍ର ତାଲିକା ପ୍ରସ୍ତୁତ କରାଯିବ ବୋଲି ଡ. କୁମାର କହିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories