ନୂଆବର୍ଷରେ ମଦ୍ୟପାନ କରି ଗାଡ଼ି ଚଳାଇ ମୁମ୍ବଇରେ ୭୭୮ ଓ ଦିଲ୍ଲୀରେ ୩୫୨ଲୋକଙ୍କ କଟିଲା ଚାଲାଣ

ନୂଆଦିଲ୍ଲୀ : ଆଜି ନୂଆବର୍ଷ ଅବସରରେ ମଦ୍ୟପାନ କରି ଗାଡ଼ି ଚାଳନା କରି ଏବଂ ଅନ୍ୟାନ୍ୟ ଟ୍ରାଫିକ ନିୟମ ଭଙ୍ଗ କରିଥିବାରୁ ୧୮୭୮ଜଣ ଲୋକଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି। ସେଥିମଧ୍ୟରୁ ୭୭୮ଜଣ ଲୋକ ମଦ୍ୟପାନ କରି ଗାଡ଼ି ଚଲାଉ ଥିବାରୁ ତାଙ୍କର ଚାଲାଣ କଟାଯାଇଥିବା ଜଣାପଡ଼ିଛି। ଏନେଇ ବୁଧବାର ମୁମ୍ବଇ ଟ୍ରାଫିକ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ରାତିରୁ ବୁଧବାର ସକାଳ ମଧ୍ୟରେ ମଦ୍ୟପାନ କରି ୫୭୮ଟି ଚାରି ଚକିଆ ଜାନ ଏବଂ ୨୦୦ଟି ଦୁଇ ଚକିଆ ଚାଳକଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି।

prayash
pic courtesy-thelogicalindian.com

ସେହିଭଳି ରାଜଧାନୀ ଦିଲ୍ଲୀରେ ମଦ୍ୟପାନ କରି ଗାଡ଼ି ଚଳାଇ ୩୫୨ଜଣ ଲୋକ ଜୋରିମାନା ଦେଇଛନ୍ତି।

Comments are closed.