www.samajalive.in
Sunday, December 7, 2025
26.1 C
Bhubaneswar

ରାଜ୍ୟସ୍ତରୀୟ ସଂକୀର୍ତ୍ତନ ମହୋତ୍ସବ ଉଦଯାପିତ 

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଭୋଗଡା ଗ୍ରାମରେ ଓଡିଶୀ ସଂକୀର୍ତ୍ତନ କମିଟି ଆନୁକୂଲ୍ୟରେ ଗତ ୩ ଦିନ ବ୍ୟାପି ଚାଲିଥିବା ୧୯ତମ ରାଜ୍ୟ ସ୍ତରୀୟ ସଂକୀର୍ତ୍ତନ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାର ବଛା ବଛା ଓଡିଶୀ ସଂକୀର୍ତ୍ତନ ଗାୟକ ଯୋଗ ଦେଇ ସଂକୀର୍ତ୍ତନ ପରିବେଷଣ କରିଥିଲେ । ଗାୟକ ଚକ୍ରଧର ପଣ୍ଡା
,ଭୋଗଡା, ଗାୟକ ନିତ୍ୟାନନ୍ଦ ସ୍ୱାଇଁ ,ଅସରଳା,ଗାୟକ ନାରାୟଣ ବାରିକ ,ଚନ୍ଦକା ,ସରୋଜକୁମାର ପରିଡା, କୁଶୁପଙ୍ଗି ,ଦୁର୍ଗାଚରଣ ମାର୍ଥ। ,ଷଣ୍ଢପୁର ,ବୈଦ୍ୟନାଥ ମିଶ୍ର ,ରାମାୟଣୀ ପ୍ରବଚକ, ପୁରୀ ଯୋଗ ଦେଇଥିଲେ । ଏହା ଏ ଅଞ୍ଚଳରେ୩ ଦିନ ଧରି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ପ୍ରତେକ ବର୍ଷ ହୋଲି ଦିନ ଅଧିବାସ ହୋଇ ୩ ଦିନ ଧରି ଏହା ପରିବେଷଣ କରାଯାଇଥାଏ ।ଗ୍ରାମର ଠାକୁର ବାଲୁଙ୍କେଶ୍ୱର ଦେବ, ରାଧାକାନ୍ତ ଦେବ, ମା ଡାହାଳିଆଣି ଦେବୀ ଏବଂ ଗୋପୀନାଥ ଦେବ ବିମାନରେ ଆମନ୍ତ୍ରଣ ହୋଇ ଅବସ୍ଥାନ ହେବା ପରେ ପରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଓଡିଶୀ ସଂକୀର୍ତ୍ତନ ୩ ଦିନ ଧରି ପରିବେଷଣ କରାଯାଇଥାଏ ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories