www.samajalive.in
Saturday, December 6, 2025
23.1 C
Bhubaneswar

ବେଗୁନିଆ ବ୍ଲକରେ ସ୍ୱଚ୍ଛ ଭାରତ ମିଶନ ଦିଗହରା 

ବେଗୁନିଆ : କେନ୍ଦ୍ର ସରକାର ଗ୍ରାମାଞ୍ଚଳ ପାଇଁ ଏକ ପ୍ରମୁଖ ଯୋଜନା ଭାବେ ବିଗତ କିଛି ବର୍ଷ ତଳୁ କାର୍ଯ୍ୟକାରୀ ହୋଇ ଆସୁଥିବା ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ପାଇଖାନା ନିର୍ମାଣ କାର୍ଯ୍ୟ ବେଗୁନିଆ ବ୍ଲକର ୨୧ ଟି ଗ୍ରାମ ପଞ୍ଚାୟତରେ ବାସ୍ତବ ଠାରୁ ବହୁ ଦୂରରେ। ଏବେ ମଧ୍ୟ ବହୁ ଲୋକ ସକାଳେ ସନ୍ଧ୍ୟାରେ ଖୋଲାରେ ରାସ୍ତା ଘାଟରେ ମଳ ତ୍ୟାଗ କରିବା ଘଟଣା ଦେଖିବାକୁ ମିଳୁଛି । କେଉଁଠାରେ କେମିତି ହାତ ଗଣତି ପାଇଖାନା ନିର୍ମାଣ ହୋଇଥିବା ବେଳେ ସମସ୍ତ ଗ୍ରାମରେ ପ୍ରଶାସନ ତରଫରୁ ବାହ୍ୟ ମଳମୁକ୍ତ ଗ୍ରାମ ବୋଲି ରାସ୍ତା ପାର୍ଶ୍ଵରେ ବୋର୍ଡ଼ ମରାଯାଇଛି ।
ଜିଲ୍ଲା ଜଳ ଓ ପରିମଳ ମିଶନ ଖୋର୍ଦ୍ଧା ତରଫରୁ ମରାଯାଇଥିବା ଏହି ବୋର୍ଡ଼ ରେ ଆମେ ଗାଁ କୁ ସ୍ୱଚ୍ଛ ରଖିବା ପାଇଁ ପ୍ରତିବଦ୍ଧ ଅଟୁ ବୋଲି ମଧ୍ୟ ବୋର୍ଡ଼ରେ ଉଲ୍ଲେଖ ରହିଛି। କିନ୍ତୁ ଏ ସଂକ୍ରାନ୍ତରେ ଗ୍ରାମର ଲୋକମାନଙ୍କୁ ପଚାରିଲେ ସେମାନେ ସରକାରଙ୍କର ଏହି ଯୋଜନା ବୋର୍ଡ଼ରେ ସୀମିତ ବୋଲି କହିଛନ୍ତି । ଏପରିକି ହଜ ପଞ୍ଚାୟତର ମୁକ୍ତାପୁର ଗ୍ରାମରେ ଶରତ କୁମାର ବାରିକ ପାଇଖାନା ନିର୍ମାଣ କରି ବର୍ଷ ବର୍ଷ ଧରି ତାଙ୍କର ପ୍ରାପ୍ୟ ପାଇ ପାରିନଥିବା ବେଳେ ସେଠାରେ ମଧ୍ୟ  ବିନା ସଙ୍କୋଚରେ ପ୍ରଶାସନ ଏହି ବାହ୍ୟ ମଳ ମୁକ୍ତ ଗ୍ରାମ ବୋର୍ଡ଼ ମାରିବାକୁ ସ୍ଥାନୀୟ ଜନ ସାଧାରଣ ନାପସନ୍ଦ କରିଛନ୍ତି। ଯାହାକୁ ନେଇ ଏହି କାର୍ଯ୍ୟକ୍ରମ ସମ୍ପୃକ୍ତ ପଞ୍ଚାୟତ ଗୁଡିକରେ ଦିଗହରା ହୋଇପଡିଛି ବୋଲି କୁହାଯାଉଛି ।
ପଞ୍ଚାୟତ ଦାୟିତ୍ୱରେ ଥିବା ଯନ୍ତ୍ରୀ ମାନଙ୍କ ହଇରାଣ ହରକତ ଯୋଗୁଁ ଯେତିକି ପାଇଖାନା ନିର୍ମାଣ ହେବା କଥା ତାହା ଧାର୍ଯ୍ୟ ସମୟ ମଧ୍ୟରେ ହୋଇପାରୁ ନାହିଁ ବୋଲି ଅଭିଯୋଗ ହୋଇଛି। । ଗୋଟିଏ ପାଇଖାନା ନିର୍ମାଣ କରିବା ପାଇଁ ୧୨ ହଜାର ଟଙ୍କା ଯଥେଷ୍ଟ ହୋଇନଥିବା ବେଳେ ସ୍ୱଳ୍ପ ଅର୍ଥରେ ଯେଉଁ ପ୍ୟାନ ,ଟାଙ୍କି ,ସ୍ଲାବ ଏବଂ ଇଟା ଯୋଡ଼ାଇ ହେଉଛି ତାହା ୬ ମାସ ରୁ ଏକ ବର୍ଷ ଭିତରେ ନଷ୍ଟ ହୋଇ ଯାଉଛି । ଯେଉଁ ବ୍ୟକ୍ତି ବିଶେଷ ପାଇଖାନା ନିର୍ମାଣ କରୁଛନ୍ତି ସେମାନେ ହାତରୁ ଅଧିକ ଖର୍ଚ୍ଚ କରି ମଜଭୁତ ଭାବେ ପାଇଖାନା ନିର୍ମାଣ କରିଥିବା ବେଳେ ସେମାନଙ୍କ ବିଲ ଠିକ ସମୟରେ ହୋଇ ପାରୁନାହିଁ । ଫଳରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇ ପାରୁନାହିଁ । ଘରେ ପାଇଖାନା ନଥିବା ଆଉ କିଛି ଲୋକ ପାଇଖାନା ନିର୍ମାଣ କରିବା ପାଇଁ ଚାହୁଁଥିବାବେଳେ ସେମାନଙ୍କ ନାମ ବେସ ଲାଇନ ରେ ନଥିବା ଯୋଗୁଁ ସେମାନଙ୍କୁ କାର୍ଯ୍ୟାଦେଶ ଦିଆଯାଉ ନାହିଁ ।ସର୍ବେକ୍ଷଣକାରୀ ମାନେ କାହା ଘରେ ପାଇଖାନା ଅଛି ଏବଂ କାହା ଘରେ ପାଇଖାନା ନାହିଁ ତାହା ଦ୍ୱାର ଦ୍ୱାର ବୁଲି ସର୍ଭେ ନକରି ଘରେ ବସି ମନ ଇଛା ରିପୋର୍ଟ ଦେଉଥିବାରୁ ପ୍ରକୃତ ଲୋକମାନଙ୍କର ନାମ ବେସଲାଇନରେ ରହୁନାହିଁ ।ଫଳରେ ଘରେ ପାଇଖାନା ନଥିବା ବହୁ ଲୋକ ଉକ୍ତ ଯୋଜନାରୁ ବଞ୍ଚିତ ହେଉଥିବାବେଳେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories