www.samajalive.in
Saturday, December 6, 2025
26.1 C
Bhubaneswar

ଶ୍ରୀଲଙ୍କାରେ ହାହାକାର ପରିସ୍ଥିତି ; ଆକାଶ ଛୁଆଁ ପରିବା ଦର

କଲୋମ୍ବୋ : ବର୍ତ୍ତମାନ ମଧ୍ୟ ଶ୍ରୀଲଙ୍କାରେ ହାହାକାର ପରିସ୍ଥିତି ଲାଗି ରହିଛି। ମିଳିଥିବା ସୂଚନାନୁଯାୟୀ,ଶ୍ରୀଲଙ୍କାରେ ଟମାଟୋର ଦର ଶ୍ରୀଲଙ୍କା ମୁଦ୍ରାରେ ୧୫୦ ଟଙ୍କା ପ୍ରତି କିଲୋ ପହଞ୍ଚିଛି। ସେହିପରି ମୂଳାର ମୂଲ୍ୟ ୪୯୦ ଟଙ୍କା ପ୍ରତି କିଲୋ ହୋଇ ସାରିଛି। ପିଆଜ ୨୦୦ ଟଙ୍କା ଓ ଆଳୁ ୨୨୦ ଟଙ୍କାରେ ବିକ୍ରି ହେଉଛି।
ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କାରେ ପରିସ୍ଥିତି ଗତ କିଛି ମାସରେ ଖୁବ ଶୋଚନୀୟ ଅବସ୍ଥାରେ ରହିଛି। ଆର୍ଥିକ ସଙ୍କଟ ଉପରେ ପରିସ୍ଥିତି ବିିଗିଡିବା ଠାରୁ ଆରମ୍ଭ ହୋଇ ଏବେ ତାହା ରାଜନୈତିକ ଅସ୍ଥିରତାର ପରିସ୍ଥିତି ସୃଷ୍ଟି କରିଛି। ତେବେ ଏହା ମଧ୍ୟରେ ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋର ମାର୍କେଟରେ ତାଜା ସୂଚନାନୁଯାୟୀ, ଟମାଟୋର ଦର ଶ୍ରୀଲଙ୍କା ମୁଦ୍ରାରେ ୧୫୦ ଟଙ୍କା ପ୍ରତି କିଲୋ ପହଞ୍ଚିଛି। ସେହିପରି ମୂଳାର ମୂଲ୍ୟ ୪୯୦ ଟଙ୍କା ପ୍ରତି କିଲୋ ,ପିଆଜ ୨୦୦ ଟଙ୍କା ଓ ଆଳୁ ୨୨୦ ଟଙ୍କାରେ ବିକ୍ରି ହେଉଛି। ଆଳୁ,ପିଆଜ ଓ ଟମାଟୋ ଭଳି ପନିପରିବା ପ୍ରତ୍ୟେକ ଦିନ ବ୍ୟବହାର କରାଯାଉଥିବା ସାଧାରଣ ପନିପରିବା। ତେଣୁ ଏସବୁ ପନିପରିବାର ମୂଲ୍ୟ ବୃଦ୍ଧି ପରେ ଶ୍ରୀଲଙ୍କା ବାସିନ୍ଦାଙ୍କ ସମସ୍ୟା ଆହୁରି ବଢି ଯାଇଛି। ପୂର୍ବରୁ ଘନ ଘନ ବିଦ୍ୟୁତ କାଟ୍‍ , ପେଟ୍ରୋଲ –ଡିଜେଲ ମୂଲ୍ୟ ବୃଦ୍ଧି ପରେ ବର୍ତ୍ତମାନ ପନିପରିବାର ଆକାଶ ଛୁଆଁ ଦର ବିରାଟ ସମସ୍ୟା ସୃଷ୍ଟି କରିଛି।

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories