www.samajalive.in
Saturday, December 6, 2025
19.1 C
Bhubaneswar

ଜବରଦଖଲ ଉଚ୍ଛେଦ ନହେଲେ ରାସ୍ତାରୋକ 

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ଗ୍ରାମପଞ୍ଚାୟତରେ ଥିବା ସରକାରୀ ,ଅନାବାଦୀ ଏବଂ ଗୋଚର ଜାଗା ଗୁଡିକ ପ୍ରଭାବଶାଳୀ ଲୋକ ମାନେ ନିଜ ଅକ୍ତିଆରରେ ରଖିଥିବାର ଜଣାପଡିଛି ।ଏହି ଜାଗା ଗୁଡିକରେ ଲୋକମାନେ ଦୋକାନ ଘର ,ପ୍ରଧାନମନ୍ତ୍ରୀ ଆବାସ ଘର ,ଗାଈ ଗୁହାଳ ଏବଂ ଘର ତିଆରି କରି ଭଡା ଦେଇ ଅର୍ଥ ଆଦାୟ କରୁଛନ୍ତି ।ଫଳରେ ପଞ୍ଚାୟତର ନିରୀହ ଜନସାଧାରଣ କିଛି ଅସାଧୁ ବ୍ୟକ୍ତିଙ୍କ ପାଇଁ ଅସୁବିଧାରେ ପଡୁଥିବାବେଳେ ଗାଈ ଗୋରୁ ଚରିବା ପାଇଁ ଜାଗା ଟିକିଏ ନାହିଁ ।ଗୋଚର ଜମି ଗୁଡିକ ଲୋକମାନଙ୍କ ଦଖଲରେ ଥିବା ଯୋଗୁଁ ଗାଈ ଗୋରୁ ଗୁଡିକ ରାସ୍ତା ଉପରେ ବିଶ୍ରାମ ନେବା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଥିବାର ଦେଖିବାକୁ ମିଳୁଛି ।
ସିକୋରେ ଏଥିପାଇଁ କୌଣସି ଉନ୍ନୟନ କାର୍ଯ୍ୟ ହୋଇପାରୁନାହିଁ ।ସିକୋ ଫାଣ୍ଡି ୨୫ ବର୍ଷ ହେବ ଭଡା ଘରେ  ଚାଲୁଥିବାବେଳେ ଜାଗା ନିରୂପଣ ନହୋଇ ପାରିବା ଯୋଗୁଁ ଫାଣ୍ଡି ଗୃହ ନିର୍ମାଣ ହୋଇ ପାରୁନାହିଁ ।ହଜାର ହଜାର ଲୋକଙ୍କ ସ୍ୱାର୍ଥରେ ଲାଗିବା ପାଇଁ ଥିବା ଏହି ଜମିକୁ କିଛି ଲୋକ ମାଡିବସିଥିବାରୁ ଏବଂ ସିକୋ ଫାଣ୍ଡି ଗୃହ ନିର୍ମାଣ ନହୋଇ ପାରିବା ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ଜନସାଧାରଣ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାପଡିଛି ।ଗ୍ରାମବାସୀମାନେ ବାରମ୍ବାର ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବା ପରେ ଗତ ୨୨ ତାରିଖରେ ଉଚ୍ଛେଦ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଉଚ୍ଛେଦ ନହେବାରୁ ଗ୍ରାମବାସୀମାନେ ସିକୋ ଛକ ଜଗନ୍ନାଥ ସଡକରେ ଆସନ୍ତା ବୁଧବାର ୨୯ ତାରିଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଉଚ୍ଛେଦ ନହେବା ପର୍ଯ୍ୟନ୍ତ ଧାରଣା ଅବ୍ୟାହତ ରହିବ ବୋଲି ଗ୍ରାମ୍ୟ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇ ପ୍ରଶାସନକୁ ଜଣାଇ ଦିଆଯାଇଛି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories