www.samajalive.in
Saturday, December 6, 2025
16.1 C
Bhubaneswar

ମଧୁବାବୁଙ୍କ ସମାଧୀ ପୀଠର ପୁର୍ନରୁଦ୍ଧାର ଦାବି କଲା ମଧୁ ସ୍ମୃତି ସୁରକ୍ଷା ମଞ୍ଚ

କଟକ: କଟକ ଗୋରାକବର ସ୍ଥିତ ମଧୁବାବୁଙ୍କ ସମାଧୀ ପୀଠର ସୌନ୍ଦର୍ଯ୍ୟକରଣ ତଥା ଏହାକୁ ଏକ ସ୍ୱତନ୍ତ୍ର ନୂଆ ରୂପ ଦେବାକୁ ପୁଣି ଥରେ ଦାବି ଜୋର ଧରିଛି । କଟକ ସହରର ବିଭିନ୍ନ ସାମାଜିକ ସଂଗଠନ ତଥା ବୁଦ୍ଧିଜୀବୀଙ୍କୁ ନେଇ ଗଠିତ ମଧୁ ସ୍ମୃତି ସୁରକ୍ଷା ମଞ୍ଚ ପକ୍ଷରୁ ଏ ନେଇ ଆଜି ସିଏମ୍‌ସି ମେୟର୍‌ଙ୍କ ଠାରୁ ନେଇ ଜିଲ୍ଲାପାଳ, ବିଧାୟକ, ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏପରିକି ଗୋରାକବର ଠାରେ ଥିବା ମଧୁବାବୁଙ୍କ ସମାଧୀ ପୀଠର ପୁନରୁଦ୍ଧାର ପାଇଁ ଆବଶ୍ୟକ ସ୍ଥାୟୀ ନିର୍ମାଣ କାର୍ଯ୍ୟର ଅନୁମତି ଦେବାକୁ ମଞ୍ଚ ତରଫରୁ କଟକ ଓଡ଼ିଆ ବାପ୍‌ଟିଷ୍ଟ ଚର୍ଚ୍ଚ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ଦିଆଯାଇଛି ।

ଗୋରାକବର ସ୍ଥିତ ମଧୁବାବୁଙ୍କ ସମାଧୀସ୍ଥଳଟି ଅବହେଳିତ ଅବସ୍ଥାରେ ପଡ଼ିରହିଛି । ସାଧାରଣ ମଶାଣି ଭିତରେ ଏହି ସମାଧୀ ପୀଠଟି ରହୁଥିବାରୁ ଏହାର ରକ୍ଷଣାବେକ୍ଷଣ ସହ ସୌନ୍ଦର୍ଯ୍ୟକରଣ ହୋଇପାରୁନାହିଁ । ଏନେଇ ଆଜି ମଧୁ ସ୍ମୃତି ସୁରକ୍ଷା ମଞ୍ଚ ପକ୍ଷରୁ ଏକ ୫ ଦଫା ଦାବି ସମ୍ବଳିତ ଦାବିପତ୍ର ସିଏମ୍‌ସି ମେୟର୍‌, ଜିଲ୍ଲାପାଳ, କଟକ ଓଡ଼ିଆ ବାପ୍‌ଟିଷ୍ଟ ଚର୍ଚ୍ଚ, ବାରବାଟୀ-କଟକ ବିଧାୟକ ଓ ମୁଖ୍ୟମନ୍ତ୍ରୀଙ୍କୁ (ଜିଲ୍ଲାପାଳଙ୍କ ଜରିଆରେ) ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ମଞ୍ଚ ପକ୍ଷରୁ ମଧୁବାବୁଙ୍କ ସମାଧୀପୀଠକୁ ସାଧାରଣ ମଶାଣିରୁ ପୃଥକ କରି ଏହାକୁ ଏକ ଦର୍ଶନୀୟ ସ୍ଥାନ ରୂପେ ନିର୍ମାଣ, ସମାଧୀ ପୀଠର ଚତୁପାର୍ଶ୍ବରେ ସୁଉଚ୍ଚ ପାଚେରୀ ନିର୍ମାଣ ସହ ଏହା ଭିତରକୁ ଯିବା ପାଇଁ ସ୍ୱତନ୍ତ୍ର ପ୍ରବେଶଦ୍ୱାର ନିର୍ମାଣ, ନାମଫଳକ ସ୍ଥାପନ, ପୀଠକୁ ଏକ ମନୋରମ ଉଦ୍ୟାନ କରିବାକୁ ଦାବି ହୋଇଛି । ଏଠାରେ ଘାସ ଗାଲିଚା, ପାଣି ଫୁଆରା(ୱାଟର୍‌ ଫାଉଣ୍ଟେନ୍‌) ସ୍ଥାପନ, ସମାଧୀପୀଠରେ ଆଲୋକୀକରଣ ସହ ପାନୀୟଜଳ ବ୍ୟବସ୍ଥା ଓ ଏହାର ରକ୍ଷଣାବେକ୍ଷଣ ପାଇଁ ଜଣେ ଜଗୁଆଳି ନିଯୁକ୍ତ କରିବା ଆଦି ଦାବି କରାଯାଇଥିଲା ।

- Advertisement -

ଖୁବଶୀଘ୍ର ମଧୁବାବୁଙ୍କ ସମାଧୀପୀଠର ଉନ୍ନତିକରଣ ସହ ଏହାର ନବକଳେବର ହେବ ବୋଲି ସିଏମ୍‌ସି ମେୟର୍‌ ସୁବାସ ସିଂହ ମଞ୍ଚ କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଯୁବ ସେବକ ବାହିନୀ ପକ୍ଷରୁ ମଧ୍ୟ ଉପରୋକ୍ତ ବିଷୟ ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆଜିର ଦାବିପତ୍ର ପ୍ରଦାନ ସମୟରେ ମଞ୍ଚ ପକ୍ଷରୁ ସୁଧାଂଶୁ ପାତ୍ର, ସନ୍ତୋଷ ମହାରଣା, ଆକାଶ ପଟ୍ଟନାୟକ, ମନୋଜ ପଣ୍ଡା, ଶଶାଙ୍କ ଶେଖର ଦାଶ, ଅଧିବକ୍ତା ଜଗନ୍ନାଥ ମହାନ୍ତି, ଶାନ୍ତିଲତା ସାହୁ, ଜଗନ୍ନାଥ ପ୍ରସାଦ ମହାନ୍ତି, ଅକ୍ଷୟ ଆଚାର୍ଯ୍ୟ, ବିଜୟ କୁମାର ପାତ୍ର, ରାକେଶ କୁମାର ବେହେରା, ଜ୍ଞାନରଞ୍ଜନ ବେହେରା, ରାକେଶ ପାତ୍ର, ସୌମିତ୍ରୀ ଦାଶ, ମାନସ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories