ବ୍ଳକ୍ ଅଫିସ୍ ସମ୍ମୁଖରେ ଅଗ୍ନିପଥ ଯୋଜନା ବିରୋଧରେ କଂଗ୍ରେସର ସତ୍ୟାଗ୍ରହ
ରେଙ୍ଗାଲି: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ଆଜି ରେଙ୍ଗାଲି ବ୍ଳକ୍ ଅଫିସ ସମ୍ମୁଖରେ କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନ ମଣ୍ଡଳୀସ୍ତରୀୟ ସତ୍ୟାଗ୍ରହ ତଥା ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି ନିର୍ବାଚନ ମଣ୍ଡଲି ରେ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ କଂଗ୍ରେସ ନେତା, କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ । ବ୍ଳକ୍ କଂଗ୍ରେସ ସଭାପତି ଚତୁର୍ଭୁଜ ଝାଙ୍କରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପୂର୍ବତନ ବିଧାୟକ ଦୁର୍ଯୋଧନ ଗର୍ଡିଆ, ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦକ ସୁବାଷ ବିଶ୍ୱାଲ, ଉପ-ସଭାପତି ସରୋଜ କୁମାର ପୂଜାରୀ, ବରିଷ୍ଠ ନେତା ଇନ୍ଦ୍ରମଣୀ ବାରିକ, କଂଗ୍ରେସ କୃଷକ ସେଲ୍ ଜିଲ୍ଲା ସଭାପତି ଗୋବିନ୍ଦ ମିଶ.ଉପ-ସଭାପତି ଦୁର୍ଗାଶଙ୍କର ବାଗ ପ୍ରମୁଖ ବକ୍ତବ୍ୟ ଦେଇ ଅଗ୍ନିପଥ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ଦେଶକୁ ଭ୍ରମିତ କରୁଛନ୍ତି ବୋଲି ଅଭିଯୋଗ କରି ଏହି ଯୋଜନା ପ୍ରତ୍ୟାହାର ପାଇଁ ଦାବି କରିଥିଲେ ।
Comments are closed.