ଓଲା ଯାତ୍ରା ପାଇଁ ବୀମା

0

ନୂଆଦିଲ୍ଲୀ, ଓଲାରେ ସୁରକ୍ଷିତ ଯାତ୍ରା ପାଇଁ ଯାତ୍ରୀମାନେ ବୀମା କରିପାରିବେ । ୫ ଲକ୍ଷ ଟଙ୍କାର ବୀମା ପାଇଁ ୧୦ ଟଙ୍କା ପ୍ରିମିୟମ୍‌ ଧାର୍ଯ୍ୟ କରାଯାଇଛି । ଯାତ୍ରୀମାନେ ମାତ୍ର ୧ ଟଙ୍କା ଦେଇ ଏହି ବୀମାଭୁକ୍ତ ହୋଇପାରିବେ । ଏବେ ମେଟ୍ରୋ ସିଟିରେ ଏହି ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ଦେଶର ଅନ୍ୟ ୧୧୦ଟି ସହରରେ ତାହା କାର୍ଯ୍ୟକାରୀ ହେବାକୁ ଯାଉଛି । ଲାପ୍‌ଟପ୍‌ କିମ୍ବା କୌଣସି ମୂଲ୍ୟବାନ ସାମଗ୍ରୀ ହଜିବା, ଠିକ୍‌ ସମୟରେ ବିମାନ ବନ୍ଦରରେ ପହଞ୍ଚି ନ ପାରିବା, ଦୁର୍ଘଟଣା ଜନିତ କ୍ଷୟକ୍ଷତି ଆଦିରେ ବୀମାଭୁକ୍ତ ଯାତ୍ରୀମାନେ କ୍ଷତିପୂରଣ ଦାବି କରିପାରିବେ ।

Leave A Reply