ପାଟଣାରେ ମହିଳାଙ୍କୁ ଲକ୍ଷପତି ଦିଦି ପ୍ରଶିକ୍ଷଣ

ପାଟଣା: ସରକାରଙ୍କ ଲକ୍ଷପତି ଦିଦି ଯୋଜନାକୁ ସଫଳ କରାଇବା ପାଇଁ ପାଟଣା ବ୍ଲକ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କୁ ନେଇ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଲକ୍ଷପତି ଦିଦି ସୃଷ୍ଟି କରିବା ପଛରେ ସରକାରଙ୍କ ଉଦ୍ୟମ ଓ ସଦସ୍ୟା ମାନଙ୍କ ଉଦ୍ୟମ କିପରି ରହିବା ଉଚିତ ସେ ସମ୍ପର୍କରେ ସଦସ୍ୟା ମାନଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ଶ୍ରୀକାନ୍ତ ବେହେରା ଓ କିଶୋର କୁମାର ରାଠୋଡ଼ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପାଟଣା ବ୍ଲକ ଓଡ଼ିଶା ଜୀବିକା ମିଶନ ବ୍ଲକ ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ମହାପାତ୍ର, ବ୍ଲକ ଜୀବିକା ମିଶନ ସଂଯୋଜିକା ସୁସ୍ମିତା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.