୧୫ ଡିଗ୍ରୀ ତଳେ ୪ ସହର, ୧୩ ଡିଗ୍ରୀ ସହ ଫୁଲବାଣୀ ଓ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର

ଡେସ୍କ: ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରଭାବ ଅନୁଭୂତ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀ ଓ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। କୋରାପୁଟରେ ରାତି ତାପମାତ୍ରା ୧୩.୮ ଓ ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୪ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି। ଏଠି ସହିତ କଟକ ଓ ଭୁବନେଶ୍ୱରର ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସିଛି। ଗତକାଲି ଭୁବନେଶ୍ବରର ରାତି ତାପମାତ୍ରା ୧୯.୭ ଓ କଟକରେ ରାତି ତାପମାତ୍ରା ୨୦.୨ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି।

Comments are closed.