ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ପାଖେ ଅସୀମ ସୁଯୋଗ ଉପଲବ୍ଧ ଅଛି – ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଡେସ୍କ: ଭୁବନେଶ୍ଵରସ୍ଥିତ ପାନ୍ଥନିବାସଠାରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ୪୫ତମ ପ୍ରତିଷ୍ଠା ଦିବସ ଆୟୋଜିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା ମହିଳା, ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଟିଡ଼ିସି, ଓଡ଼ିଶାକୁ ଏକ ସୁପ୍ରତିଷ୍ଠିତ ବ୍ରାଣ୍ଡ ବୋଲି କହିଛନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ପାଖେ ଅସୀମ ସୁଯୋଗ ଉପଲବ୍ଧ ଅଛି ଏବଂ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଏହାର ପର୍ଯ୍ୟଟନ କ୍ଷେତ୍ର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ସେ କହିଛନ୍ତି। ସମଗ୍ର ଭାରତରେ ଓଡ଼ିଶାକୁ ଏକ ପର୍ଯ୍ୟଟନ ହବ୍ କରିବା ପାଇଁ ଆମ ସମସ୍ତକୁ ଏକଜୁଟ ହୋଇ କାମ କରିବାକୁ ସେ ଆହ୍ଵାନ ଦେଇଛନ୍ତି। ସୁସ୍ୱାଦୁ ଖାଦ୍ୟ, ସ୍ଵଚ୍ଛତା, ପରିମଳ ସହ ଅତ୍ୟାଧୁନିକ ବ୍ୟବସ୍ଥା ଯୋଗାଇ ଦେଇ ଆମେ ପର୍ଯ୍ୟଟକମାନଙ୍କୁ ଏକ ସୁନ୍ଦର ଅନୁଭୂତି ପ୍ରଦାନ କରିପାରିବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ମତ ପ୍ରକାଶ କରିଛନ୍ତି।

prayash

ପର୍ଯ୍ୟଟକମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବା ନିମନ୍ତେ ଏହି ଅବସରରେ ଓଟିଡ଼ିସିର ୧୪ଟି ୟୁନିଟକୁ ପୁରସ୍କୃତ କରାଯାଇଛି। ସର୍ବାଧିକ ବାର୍ଷିକ ଆୟ ପାଇଁ ପୁରୀ ପାନ୍ଥନିବାସ, ଉତ୍ତମ ପର୍ଯ୍ୟଟକ-ଅନୁକୂଳ ୟୁନିଟ୍ ପାଇଁ ଗୋପାଳପୁର ପାନ୍ଥନିବାସ ଓ ଉତ୍ତମ ପରିବେଶ ପାଇଁ ରାଉରକେଲାକୁ ପୁରସ୍କୃତ କରାଯାଇଛି। ଏହାସହ ଓଟିଡ଼ିସିର ଆତିଥ୍ୟ, ହାଉସକିପିଂ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ବିଭାଗର ଶ୍ରେଷ୍ଠ ୨୨ ଜଣ ଯୋଗ୍ୟ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଓଟିଡ଼ିସି ପକ୍ଷରୁ ଏକ ବେକରୀ ଭ୍ୟାନକୁ ଉଦଘାଟନ କରିଥିଲେ।

kalyan agarbati

Comments are closed.