www.samajalive.in
Monday, December 15, 2025
24.1 C
Bhubaneswar

ଆନ୍ତର୍ଜାତୀୟ ଯୋଗ ଦିବସରେ ସାମିଲ ହେଲେ ଶିଶୁ

କାମାକ୍ଷାନଗର: କାମାକ୍ଷାନଗର ଜିରିଡାମାଳୀ ସ୍ଥିତ ବଚପନ ପ୍ଲେ ସ୍କୁଲରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ମଦନ ମୋହନ ବରଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମେଜର ପ୍ରଭାତ କୁମାର ଦାଶ ଯୋଗଦେଇ ଶିଶୁମାନେ ଏବେଠାରୁ ଯୋଗ ପ୍ରତି ଗୁରୁତ୍ୱ ଦେଲେ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାରେ ସହାୟକ ହୋଇପାରିବ ବୋଲି ମାତବ୍ୟକ୍ତ କରିଥିଲେ। ଅବସରପ୍ରାପ୍ତ ଶିକ୍ଷାବିତ ପ୍ରଫୁଲ କୁମାର ପାଣି, ସାମ୍ବାଦିକ ଶୁଭମୟ ନନ୍ଦ ପ୍ରମୁଖ ଯୋଗ ମାଧ୍ୟମରେ ଶରୀରକୁ ସୁସ୍ଥ ରଖିବା ଏକ ସରଳ ଉପାୟ ବୋଲି ପ୍ରକାଶ କରିଥିଲେ। ଯୋଗ ଗୁରୁ ସନ୍ତୋଷ କୁମାର ପତିଙ୍କ ପ୍ରତ୍ୟାକ୍ଷ ତତ୍ୱାବଧାନରେ ବିଦ୍ୟାଳୟର କୁନି କୁନି ପିଲାମାନେ ସୁନ୍ଦର ଭାବେ ଯୋଗ କରିଥିଲେ। ବିଦ୍ୟାଳୟର ନିର୍ଦେଶକ ଶ୍ରୀହର୍ଷ ବରାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରିୟଙ୍କା ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories