www.samajalive.in
Monday, December 15, 2025
24.1 C
Bhubaneswar

ନିଷ୍ଟ ବିଶ୍ୱବିଦ୍ୟାଳୟର ୨୮ତମ ପ୍ରତିଷ୍ଠା ଦିବସ ଉଦଯାପିତ

ଗୋପାଳପୁର: ନିଷ୍ଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ପାଳିତ ହେଉଥିବା ଦୁଇଦିନିଆ ୨୮ ତମ ପ୍ରତିଷ୍ଠା ଦିବସ ଉତ୍ସବ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ପରିଚାଳନା ମୁଖ୍ୟ ଡ଼. ସୁକାନ୍ତ କିଶୋର ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିପିୟୁଟି ରାଉରକେଲାର କୁଳପତି ଡ଼. ଅମୀୟ କୁମାର ରଥ ଯୋଗଦେଇ ନିଷ୍ଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ଼ ମହାପାତ୍ରଙ୍କୁ ପ୍ରଶଂସା କରିବା ସହ ନିଷ୍ଟ ବିଶ୍ୱବିଦ୍ୟାଳୟକୁ ପରିପୁଷ୍ଟ କରିବା ଦିଗରେ ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱର ପରିଚୟ ଦେଇଥିବା ମତପୋଷଣ କରିବା ସହ ଫଳାଫଳ ଆଧାରିତ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ଏଥିରେ ସମ୍ମାନିତ ଅତିଥି ଭାବେ ପୁରାତନ ଛାତ୍ର ବାଇଟ ଆଇକ୍ଯୁର ସିଇଓ ଆର୍ୟା ବେଦବ୍ରତ, ବ୍ଲୁ ହର୍ଷର ପ୍ରତିଷ୍ଠାତା ବିନୀତ ଅଗ୍ରୱାଲ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ସକସେସ ଲ୍ୟାବ ଏକାଡେମିର ପ୍ରତିଷ୍ଠାତା ନୀଳାଦ୍ରି ବିହାରୀ ନାୟକ ସମେତ ବିଶ୍ୱବିଦ୍ୟାଳୟର କୁଳପତି ଡ଼. ପ୍ରିୟଦର୍ଶନ ପାତ୍ର, ଭାରପ୍ରାପ୍ତ କୁଳସଚିବ ଡ଼ ବିଷ୍ଣୁକର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories