ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ୫୫୬ ଜଣ ପଞ୍ଜିକୃତ
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକ ଓ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ମିଳିତ ଭାବେ ୨୦୨୪ ବର୍ଷ ପାଇଁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ସମୁଦାୟ ୫୫୬ ଜଣ ଭିନକ୍ଷମ ପଞ୍ଜିକରଣ କରି ନିଜ ନିଜର ପରୀକ୍ଷା କରାଇଥିଲେ। ସେଥି ମଧ୍ୟରୁ ମାନସିକ ବିଭାଗରେ ୫୧, ଶ୍ରବଣବାଧିତ ଓ ମୁକ ବଧିର ବିଭାଗରେ ୯୫, ଚକ୍ଷୁ ବିଭାଗରେ ୯୧, ଶାରୀରିକ ଅକ୍ଷମ ବିଭାଗ ସର୍ବାଧିକ ୨୫୯ ଜଣ ଓ ଅନ୍ୟାନ୍ୟ ବିଭାରେ ୩୧ ଜଣ ଏବଂ ୩୧ ଜଣ ଉପକରଣ ସହାୟତା ପାଇଁ ଉପସ୍ଥିତ ମେଡିକାଲ ବୋର୍ଡ ଡାକ୍ତରଙ୍କ ପାଖରେ ପରୀକ୍ଷା କରାଇଥିଲେ।
Comments are closed.