www.samajalive.in
Sunday, December 7, 2025
18.1 C
Bhubaneswar

ମୋଦୀଙ୍କୁ ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡୋମିନିକା ରାଜ୍ୟଗୋଷ୍ଠୀର ସର୍ବୋଚ୍ଚ ଜାତୀୟ ସମ୍ମାନ ପ୍ରଦାନ କରାଯିବ। ଏ ସମ୍ପର୍କରେ ଡୋମିନିକା ପକ୍ଷରୁ ଘୋଷଣା କରାଯାଇଛି। ଆସନ୍ତା ସପ୍ତାହରେ ଗୁୟାନାରେ ହେବାକୁ ଥିବା ଇଣ୍ଡିଆ-କାରିକମ୍‌ ସମ୍ମିଳନୀରେ ରାଷ୍ଟ୍ରପତି ସିଲଭାଇନ ବର୍ଟନ ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ। କୋଭିଡ-୧୯ ସମୟରେ ଡୋମିନିକା ରାଷ୍ଟ୍ରଗୋଷ୍ଠୀ ପ୍ରତି ଭାରତ ଅବଦାନ ଏବଂ ସହାୟତା ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ। ଡୋମିନିକା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ସଂହତି ସହିତ ସ୍ଵାସ୍ଥ୍ୟ, ଶିକ୍ଷା ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ସମର୍ଥନ ପାଇଁ ଡୋମିନିକା ପକ୍ଷରୁ କୃତଜ୍ଞତା ସ୍ଵରୂପ ତାଙ୍କୁ ସମ୍ମାନିତ କରାଯିବ ବୋଲି ଏହାର ପ୍ରଧାନମନ୍ତ୍ରୀ ରୁଜଭେଲ୍‌ଟ ସ୍କେରିଟ୍‌ କହିଛନ୍ତି। କୋଭିଡ ସମୟରେ ୨୦୨୧ ଫେବୃୟାରୀରେ ଭାରତ ଡୋମିନିକାକୁ ୭୦ ହଜାର ଆଷ୍ଟ୍ରାଜେନେକା କରୋନା ଟିକା ପଠାଇଥିଲା।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories