www.samajalive.in
Saturday, December 6, 2025
26.1 C
Bhubaneswar

ଟଙ୍କା ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ଵାମୀ, ବାନ୍ଧିଲା ପୁଲିସ୍

ବାଙ୍ଗିରିପୋଷି: ସାମାନ୍ୟ ଟଙ୍କା ପାଇଁ ସ୍ତ୍ରୀ କୁ ମାରିଲା ସ୍ବାମୀ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା  କଦମଡିହା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକ ଶାଳଘାଟି ଗାଁର କୌଶଲ୍ୟା ଦେହୁରୀ ବୋଲି ଜଣାପଡିଛି। ସୂଚନା ମୂତାବକ ବୁଧବାର ରାତିରେ ପଦନ ଦେହୁରୀ ଏବଂ ତାଙ୍କ ସ୍ତ୍ରୀ କୌଶଲ୍ୟା କୌଣସି କାମକୁ ନେଇ ନିକଟସ୍ଥ ଗାଁକୁ ଯାଇଥିବାବେଳେ ସାମାନ୍ୟ କିଛି ଟଙ୍କା ପାଇଁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପଦନ ହାତରେ ଧରିଥିବା ଏକ କୁରାଢି ରେ କୌଶଲ୍ୟା କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ କୌଶଲ୍ୟାଙ୍କର ମୃତ୍ୟୁ ଘଟିଥିଲା। ପରେ କିଛି ସ୍ଥାନୀୟ ଲୋକ ଅଭିଯୁକ୍ତ ସ୍ଵାମୀଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ।  ପରେ ବାଙ୍ଗିରିପୋଷି ପୁଲିସ ପହଞ୍ଚି ହତ୍ୟାକାରୀ ସ୍ବାମୀ କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories