www.samajalive.in
Saturday, December 6, 2025
19.1 C
Bhubaneswar

୫୦ ମେଗାପିକ୍ସେଲ କ୍ୟାମେରା ଓ ଶକ୍ତିଶାଳୀ ବ୍ୟାଟେରୀ ସହ ଆସିଲା ନୂଆ ସ୍ମାର୍ଟଫୋନ, ମୂଲ୍ୟ ୧୦ ହଜାରରୁ କମ୍‌

ସମାଜ ଡିଜିଟାଲ ଡେସ୍କ: ଭିଭୋ ମୋବାଇଲ କମ୍ପାନୀ ପକ୍ଷରୁ ଭାରତୀୟ ବଜାରରେ ଏକ ନୂଆ ଉତ୍ପାଦ ଛଡ଼ାଯାଇଛି। ପ୍ରିମିୟମ ଡିଜାଇନର ଏହି ମଡେଲର ମୂଲ୍ୟ ୧୦ ହଜାର ଟଙ୍କାରୁ କମ୍‌ ରହିଛି। ମୋବାଇଲରେ ୫୦ ମେଗା ପିକ୍ସେଲ କ୍ୟାମେରା ସହିତ ଶକ୍ତିଶାଳୀ ୫୦୦୦ ଏମଏଏଚ ବ୍ୟାଟେରୀ ରହିଛି। ଯାହା କ୍ୟାମେରା ଫୋନ ଚାହୁଁଥିବା ଯୁବବର୍ଗଙ୍କ ପାଇଁ ବେଶ୍‌ ଲାଭଦାୟକ ହେବ।

ଏହି ନୂତନ ମଡେଲର ନାମ ହେଉଛି Vivo Y18, ଯାହା କମ୍ପାନୀର ଓ୍ବାଇ ସିରିଜ ୪ର୍ଥ ଫୋନ। ମୋବାଇଲର ଡିସପ୍ଲେ ୬.୫୬ ଇଞ୍ଚ ରହିଛି। ଏଥିରେ ୟୁନିସକ୍‌ ପ୍ରୋସେସର ସଂସ୍ଥାପନ କରାଯାଇଛି। ଫୋନରେ ଡୁଆଲ ରିୟର କ୍ୟାମେରା ରହିଛି। କମ୍ପାନୀ ଏହି ମଡେଲର କେବଳ ଗୋଟିଏ ଭାରିଆଣ୍ଟ ଲଞ୍ଚ କରିଛି। ୪ ଜିବି ରାମ୍‌ ଏବଂ ୧୨୮ ଜିବି ଷ୍ଟୋରେଜରେ ମୋବାଇଲ ଉପଲବ୍ଧ ହେଉଛି। ଏହାର ମୂଲ୍ୟ ୯୪୯୯ ଟଙ୍କା ରହିଛି। ୨ଟି ରଙ୍ଗରେ ମୋବାଇଲ ବଜାରକୁ ଛଡ଼ାଯାଇଛି। ଏହା ଅନ୍ୟ ବ୍ରାଣ୍ଡର ଶସ୍ତା ସ୍ମାର୍ଟଫୋନଗୁଡ଼ିକୁ ଟକ୍କର ଦେବ ବୋଲି କମ୍ପାନୀ ଆଶା ରଖିଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories